pakka

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରେଡ୍‌କ୍ରସ କର୍ମୀଙ୍କ ସେବା

bbehera

ସୋନପୁର, (କେପିଏନ୍‌ଏସ୍‌) : ଆଜି ପ୍ରାୟ ଅପରାହ୍ନ ୩ଟା ସମୟରେ ଜାତୀୟ ରାଜପଥ-୫୭ ଖମ୍ବେଶ୍ୱରୀପାଲି ଗାଁ ମୁଣ୍ଡରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡର ସନ୍ତୋଷ କୁମ୍ଭାର ଆହତ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସେହି ସମୟରେ ରେଡକ୍ରସ କାର୍ୟ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ପ୍ରାଥମିକ ଚିକିତ୍ସା ଫାଷ୍ଟଏଡର ରାମ ନାରାୟଣ ଦାଶ, ଜୁନିଅର ରେଡକ୍ରସ ସାଧନ କର୍ମୀ ଚନ୍ଦ୍ରମଣି ବାଘ, ପ୍ରାତପପୁର ପ୍ରାଥମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଗୋପେଶ ପଣ୍ଢା ପ୍ରମୁଖ ତତ୍‌କ୍ଷଣାତ କ୍ରାଉଡମ୍ୟାନେଜମ୍ୟାଂଟ କରି ଗୁରୁତର ଆହତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ । ଆମ୍ବୁଲାନସ ଆସିବା ସମୟ ଭିତରେ ଆହତ ବ୍ୟକ୍ତିର ମୁଣ୍ଡରୁ ହେଉଥିବା ରକ୍ତସ୍ରାବକୁ ବ୍ୟାଣ୍ଡେଜ ବାନ୍ଧି ରକ୍ତସ୍ରାବକୁ ବନ୍ଦ କରିବା ସହ ଯଥାଶୀଘ୍ର ନିକଟସ୍ଥ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଖବରଲେଖା ବେଳକୁ ଆହତ ବ୍ୟକ୍ତିର ଅବସ୍ଥା ସଂକଟାପନ୍ନ ଅଛିି ।

jay balangir
Leave A Reply

Your email address will not be published.

8 + 3 =