pakka

ରାଉରକେଲାରେ ରେଳ ଡିଭିଜନ ପାଇଁ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଅଛି । ଏ ନେଇ ରାଉରକେଲା ରେଳ ଆକ୍ସନ କମିଟି ତରଫରୁ ସୁନ୍ଦରଗଡ଼ ସାଂସଦ ତଥା ପାର୍ଲିଆମେଣ୍ଟ ଡିଫେନ୍ସ କମିଟିର ଅଧକ୍ଷ ଜୁଏଲ ଓରାମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆକ୍ସନ କମିଟିର ସର୍ବଶ୍ରୀ ଆର୍ତ୍ତ ମହାରଣା, ପଶୁପତି ନାଥ ଚାଟାର୍ଜି, ସୁମନ ଦତ୍ତ, କୁଞ୍ଜ ବିହାରୀ ରାଉତ, ସୁପ୍ରତୀକ ମିଶ୍ର, ସୁବାସ ଗୁପ୍ତା ପ୍ରମୁଖ ଏ ସମ୍ପର୍କରେ ସଂସଦଙ୍କ ସହ କିପରି ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ଆଲୋଚନା କରିଥିଲେ । ସାଂସଦ ଓରାମ ଏ ଦିଗରେ ରେଳ ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ଏକ ନିଷ୍କର୍ଷ ବାହାର କରିବାର ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ରାଉରକେଲା ଗ୍ରସ୍ତ ସମୟରେ ଏହି କମିଟିର ବରିଷ୍ଠ ସଦସ୍ୟମାନେ ତାଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

ten − 5 =