pakka

ବର୍ହାଗୋଡା ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ ବଡ଼ମାଲ ଓ ପୁଟୁରୁପାଲି ବିଜୟୀ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଗ୍ରାମାଞ୍ଚଳ କ୍ରୀଡ଼ାରେ ଫୁଟବଲ ଖେଳର ସ୍ଵତନ୍ତ୍ର ସ୍ଥାନ ରହିଛି । ବର୍ହାଗୋଡାରେ ଗତ ଗତକାଲି ଠାରୁ ୯ ଦିବସିୟ ମା’ ପଆଁରାପାଟ କପ ୨୦୨୧ ପ୍ରଥମ ରନିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆଜି ଦ୍ଵିତୀୟ ଦିନ ଖେଳରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଟୁରୁପାଲି ୧-୦ରେ ଖେଦାପାଲିକୁ ପରାସ୍ତ କରିଥିଲା । ଦ୍ଵିତୀୟ ମ୍ୟାଚ୍ ଭଟଲି ବଡ଼ମାଲ ୩-୦ ଗୋଲରେ ସିଲେଟ୍ ଗ୍ରାମ୍ୟ ଦଳକୁ ପରାସ୍ତ କରି ଦ୍ଵିତୀୟ ରାଉଣ୍ଡକୁ ପହଂଚିଛି । ଏହି ଖେଳରେ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ସଂଗଠନର ମରିୟମ ବାର୍ଲା, ଯଶୋବନ୍ତି ପୋଢ଼, ଅସିତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

fifteen − 11 =