pakka

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ : ଭୁବନେଶ୍ୱର ସ୍ଥ ଏମ୍ସରେ ଭର୍ତ୍ତି

bbehera

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଟ୍ୱିଟ କରି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରବିବାର ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଅବସ୍ଥା ସାଧାରଣ ରହିଥିଲେ ହେଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଭୁବନେଶ୍ୱର ସ୍ଥ ଏମ୍ସରେ ଭର୍ତ୍ତି କରାଯାଇଛି । ଏହା ସହିତ ସାଂସଦଙ୍କୁ ବାରମ୍ବାର ଫୋନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସାଂସଦ ପ୍ରତିନିଧି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସାଂସଦଙ୍କୁ ଏକ ସପ୍ତାହର ବିଶ୍ରାମ ପାଇଁ ପରାମର୍ଶ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଡଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

16 − ten =