pakka

ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବାକୁ ମହିଳା ସଂଗଠନର ନିଷ୍ପତ୍ତି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୋଲ ମୁହୁରି କଳା ଶିକ୍ଷା କେନ୍ଦ୍ର ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରିଣୀ ସଦସ୍ୟା ଗଣ ଉପସ୍ଥିତ ଥିଲେ । ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବଢୁଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ବିଶେଷ କରି ଦୁଷ୍କର୍ମ ଓ ହତ୍ୟାର ଶୀକାର ହୋଇଥିବା କୌଣସି ଦଳିତ ମହିଳାଙ୍କୁ ନ୍ୟାୟ ମିଳିପାରି ନାହିଁ । ଆଜି ମଧ୍ୟ ନାରୀ ସମାଜରେ ଅବହେଳିତ, ଘୋର ନିର୍ଯ୍ୟାତିତ ଏବଂ ଅସମ୍ମାନତାର ଶିକାର ହେଉଛି । ଆଜିର ଏହି ବୈଠକରେ ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବାକୁ ନିଷ୍ପତ୍ତି ହୋଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟା ମହିଳା ସମାଜ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଆଗାମୀ ଦିନରେ ଅନୁଷ୍ଠାନକୁ ଏକ କ୍ରାନ୍ତିକାରୀ ଅନୁଷ୍ଠାନ ରୂପେ ବଢି ତୋଳିବାକୁ ମତ ପ୍ରକାଶ ପାଇଥିଲା । ଅନୁଷ୍ଠାନକୁ ଅଧିକ କ୍ରିୟାଶିଳ ଏବଂ ଲୋକାଭିମୁଖି କରିବାକୁ ଅତିଥି ଭାବରେ ଅଧ୍ୟାପକ ଜିତେନ୍ଦ୍ର ସୁନା, ସମାଜସେବୀ ବିରେନ୍ଦ୍ର ବାଗ ଯୋଗଦାନ କରି ମତ ରଖିଥିଲେ । ଶିକ୍ଷୟତ୍ରୀ ଭୂମିକା ଛୁରିଆ ସଂଗଠନର ଆଭିମୁଖ୍ୟ ପ୍ରକାଶ କରିଥିଲେ । ସଂପାଦିକା ସୁଷମା ବଏ ଆଗାମୀ ଦିନରେ ସଂଗଠନର ରୂପରେଖ କଣ ହେବ ସମସ୍ତଙ୍କୁ ବୁଝାଇଥିଲେ । ହେମସୁନ୍ଦର ନାଗ, ସୁରେନ୍ଦ୍ର ଗରୁଡ, ଚନ୍ଦ୍ରକାନ୍ତି କୁମ୍ଭାର ଏବଂ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ନିଜର ସ୍ପଷ୍ଟ ମତ ରଖିଥିଲେ ।

jay balangir
Leave A Reply

Your email address will not be published.

fifteen − one =