ଆଜି ବିଶ୍ୱ ରେଡ୍‌କ୍ରସ୍‌ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ବିଶ୍ୱ ରେଡ୍‌କ୍ରସ୍‌ ଦିବସ’ । ବିଶେଷ କରି ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ ଓ ରେଡ୍‌କ୍ରସ୍‌ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ସମସ୍ତଙ୍କ ପାଇଁ ମାନବିକ କାର୍ୟ୍ୟକୁ ପ୍ରାଥମିକତା ଦେବା ଲାଗି ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି । ସମାଜ ପ୍ରତି ରେଡ୍‌କ୍ରସ୍‌ର ଅବଦାନକୁ ସ୍ମରଣ କରିବା ଲାଗି ଏହାର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଜନ୍ ହେନେରି ଡୁରାଣ୍ଟଙ୍କ ଜନ୍ମ ଦିନ ମେ’ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି । ଏହା ମଧ୍ୟ ମାନବିକତାର ଆତ୍ମସତ୍ତାକୁ ଉଜ୍ଜୀବିତ ରଖିବା ସହ ନିଜ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବାର ଏକ ଅବସର ।

Leave A Reply

Your email address will not be published.