ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ

ପୁରୀ : ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ଚାଲିଛି ରାମ ଜନ୍ମ ନୀତି । ଗୁରୁବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଲା ରଥ କାଠ । ଦଶପଲ୍ଲାରୁ ଆସି ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତୃତୀୟ ଦଫାରେ ପହଞ୍ଚିଲା ୨୦ ଫୁଟିଆ ୧୮ଟି ଓ ୧୨ ଫୁଟିଆ ୬ଟି ଧଉରା କାଠ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡର ଆବଶ୍ୟକତା ଥିବା ବେଳେ ଗତବର୍ଷର ୧୧୮ ଖଣ୍ଡ କାଠ ବଳକା ଅଛି ପୂର୍ବରୁ ପୁରୀ ରଥଖଳାକୁ ୧୦୪ ଖଣ୍ଡ କାଠ ପହଞ୍ଚିଥିବା ବେଳେ ଖପୁରିଆ କରତକଳକୁ ୮୧ ଖଣ୍ଡ କାଠ ଯାଇଛି । ବର୍ତମାନ ସୁଦ୍ଧା ୨୦୯ ଖଣ୍ଡ ରଥ କାଠ ପହଞ୍ଚି ସାରିଛି ।

Leave A Reply

Your email address will not be published.