pakka

ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ବାଇକ ରାଲି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ଦୀର୍ଘ ୧୩ ବର୍ଷ ହେଲା ଲଢେଇ କରି ଆସୁଅଛି ଓ ସଫଳ ମଧ୍ୟ ହୋଇଛି । ଦୀର୍ଘ ୧୪ ମାସ ହେଲା ବିଭିନ୍ନ ଦାବୀ ନେଇ ସଂଗଠନ ବନ୍ଦ ଡାକରା, ଗଣଧାରଣା, ରେଳରୋକ ତଥା ବିଭିନ ମାଧ୍ୟମରେ ଆନ୍ଦୋଳନ ଜାରି ରଖିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନଭେମ୍ବର ୧ ତାରିଖ ଠାରୁ ଗଣଧାରଣାରେ ବସିଛନ୍ତି, ହେଲେ ଆଜି ଯାଏ କୌଣସି ସରକାର ବା ରାଜନୈତିକ ଦଳ ଏହି ଆନ୍ଦୋଳନକୁ ଗୁରୁତ୍ୱ ଦେଇନାହାନ୍ତି, ଯାହାକି ଅତି ଦୁଃଖର ବିଷୟ ଅଟେ । ଏଠି ପ୍ରଶ୍ନ ଉଠୁଛି ନିର୍ବାଚନ ବଡ଼ ନା ଚାଷୀ ମାନଙ୍କର ସମସ୍ୟା ବଡ଼ ? ଚାଷୀମାନଙ୍କ ପ୍ରତି କାହାର ଦରଦ ନାହିଁ । ଦୋଷ ଲଦା ଲଦି ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୨୮ ଦିନର ଗଣଧାରଣା ପରେ ୠତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ବିରାଟ ବାଇକ ରାଲି କରାଯାଇଛି । କୌଣସି ରାଜନୈତିକ ଦଳର ଚାଷୀମାନଙ୍କର ପ୍ରତି ଦରଦ ନାହିଁ । ତେଣୁ ଚାଷୀମାନେ ଯେମିତି ସଚେତନ ହୋଇ ଭୋଟ ଦେବେ ସେଥିପାଇଁ ଏହି ବାଇକ ରାଲି ପଦ୍ମପୁର ଗୋରୁବଜାରରୁ ବାହାରି ଡଭା, ଝାରବନ୍ଧ, ପାଇକମାଲରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଥିବା ଗଣଧାରଣା ସ୍ଥଳକୁ ପହଞ୍ଚିଥିଲା । ଏହି ବାଇକ ରାଲିରେ ଚାଷୀନେତା ରମେଶ ମହାପାତ୍ର, ଆବାହକ ଅଶୋକ ସାହୁ, ଆଇନ ପରାମର୍ଶଦାତା ଅଜିତ ଶତପଥୀ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଲିଙ୍ଗ ପଧାନ, ପ୍ରଭାତ ସାହୁ, ନନ୍ଦଲାଲ ତ୍ରିବେଦୀ, ଯୁଗେ ପଧାନ, ଗୁପ୍ତରାମ ବାରିକ, ପନାଲାଲ ସେଠ, ଗଜପତି ସାହୁ, ଆନନ୍ଦ ଚନ୍ଦ୍ର ପଧାନ, ବିରେନ୍ଦ୍ର ସାହୁ, ଅଗସ୍ତି ସାହୁ ପ୍ରମୁଖ ବହୁତ ସଂଖ୍ୟାରେ ବାଇକ ରାଲିରେ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

17 − thirteen =

error: Content is protected !!