jsm

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

csstore

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପଟୁଆପାଲି ଠାରେ ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଏହି ମହତ କାର୍ୟ୍ୟକ୍ରମକୁ ବିଜୁଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରୋଗୀମାନଙ୍କ ରକ୍ତଅଭାବ ଅସୁବିଧାକୁ ଦୂର କରିବା ପାଇଁ ଏହି କାର୍ୟ୍ୟକ୍ରମ ହାତକୁ ନିଆଯାଇଥିଲା । ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକର ଅନେକ ବିଜେଡି କର୍ମୀ ଯୋଗଦେଇ ରକ୍ତଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ସଂଯୋଗ କୁମାର ସାହୁ, ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ସାହୁ, ବରିଷ୍ଠ ନେତା ଆଶିଷ ସିଂଦେଓ, ପ୍ରମୋଦ ମିଶ୍ର ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସ!ହିତ କରିଥିଲେ ଏହି ଶିବିରରେ ମୋଟ ୬୦ ୟୁନିଟରୁ ଅଧିକ ରକ୍ତ ସଂଗୃହିତ ହୋଇଥିଲା ।

yuvodaya
Leave A Reply

Your email address will not be published.