ନିଟ୍-୨୦୨୦ : ଶତ ପ୍ରତିଶତ ନମ୍ବର ରଖି ଇତିହାସ ରଚିଲେ ରାଉରକେଲାର ସୋଏବ ଆଫତାବ

ରାଉରକେଲା : ସଦ୍ୟ ପ୍ରକାଶିତ ଏନଟିଏ-ଏନଇଇଟି ପରୀକ୍ଷାରେ ଓଡ଼ିଶା ରାଉରକେଲାର ସୋଏବ ଆଫତାବ ଇତିହାସ ରଚିଛନ୍ତି । ସେ ମୋଟ ୭୨୦ ମାର୍କରୁ ୭୨୦ ମାର୍କ ରଖି ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ସୋଏବ । ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ରହିଥିବା ବେଳେ ତାଙ୍କର ପାଠପଢ଼ା ପାଇଁ ତାଙ୍କ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାରେ ରହୁଛନ୍ତି । କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ସେ ପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.