ଟେଣ୍ଟ୍‌ ହାଉସରେ ପଡିଛି ଅଜଣା ବ୍ୟକ୍ତିର ମୃତ ଦେହ

ବରଗଡ, (ଗୋପୀନାଥ ସାହୁ) : ଟେଣ୍ଟ୍‌ ହାଉସରେ ପଡିଛି ଅଜଣା ବ୍ୟକ୍ତିର ମୃତ ଦେହ । ବରଗଡ ଟାଉନର ତଲିପଡାରେ ଥିବା ଏକ ଟେଣ୍ଟ ହାଉସରେ ଏହି ଘଟଣା ଦେଖିବାକୁ ମିଳିଛି । ଆଜି ପୋଲିସ ଶବକୁ ଜବତ କରିଛି । ବ୍ୟକ୍ତି ଜଣଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳି ପାରି ନଥିବା ବେଳେ ବ୍ୟକ୍ତି ଜଣକ ବରଗଡ ବ୍ଳକର କଟାପାଲି ଗାଁର ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ତେବେ ଜିଲ୍ଳା ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛିନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.