pakka

ରକ୍ତଦାନ ମହତ ଦାନ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ପାଳିତ ହେଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ । ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ସ୍ୱ।ଧୀନତା ସଂଗ୍ରାମୀମାନଙ୍କୁ ମନେ ପକେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି କ୍ରମରେ ଏନ୍‌ଆଇଏଫ୍‌ଏଏ ତରଫରୁ ସାରା ଦେଶରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଏଣୁ ଅଗଷ୍ଟ ୧୫ ତାରିଖ ଦିବା ୧୦.୦୦ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର କଣ୍ଟାବାଞ୍ଜିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ସୂଚନା ମିଳିଛି । ସମସ୍ତ ଜନସାଧାରଣ ତଥା ରକ୍ତଦାତା ଉକ୍ତ ଦିନ ଆସି ସ୍ୱଇଚ୍ଛାରେ ରକ୍ତଦାନ କରି ଜଣେ ଜଣେ ଦେଶଭକ୍ତ ଭାବେ ନିଜକୁ ସାବ୍ୟସ୍ତ କରିବାକୁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ ଅନୁରୋଧ କରିଛନ୍ତି । ନାମ ପଞ୍ଜିକରଣ ପାଇଁ ମୋବାଇଲ ନଂ ୯୮୫୩୪୭୩୨୦୪,୮୮୯୫୯୬୩୭୦୪ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ସମସ୍ତ ରକ୍ତଦାତାଙ୍କୁ ଜାତୀୟ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

jay balangir
Leave A Reply

Your email address will not be published.

12 + 8 =