pakka

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୧୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧, ବାଲେଶ୍ୱରରୁ ୧୦, ବରଗଡରୁ ୧୯, ଭଦ୍ରକରୁ ୧, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୩୪, କଟକରୁ ୧୪, ଦେବଗଡରୁ ୪, ଢେଙ୍କାନାଳରୁ ୧, ଗଜପତିରୁ ୮, ଜଗତସିଂହପୁରରୁ ୩, ଯାଜପୁରରୁ ୧୩, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୨, କେଉଁଝରରୁ ୭, ଖୋର୍ଦ୍ଧାରୁ ୬୫, କୋରାପୁଟରୁ ୧୦, ମୟୁରଭଞ୍ଜରୁ ୨୧, ନବରଙ୍ଗପୁରରୁ ୮, ନୟାଗଡରୁ ୧୭, ପୁରୀରୁ ୪, ରାୟଗଡାରୁ ୮, ସମ୍ବଲପୁରରୁ ୪୪, ସୋନପୁରରୁ ୧୧, ସୁନ୍ଦରଗଡରୁ ୧୬୫, ଷ୍ଟେଟପୁଲରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

ten + 2 =