pakka

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀ ବନ୍ଧନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଏକତା ଗୃପ ତରଫରୁ ଟିସ୍କୋ କ୍ବାରୀ ସାଇଡିଂରେ ଥିବା ବାଳସୁଧାର ଗୃହଠାରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତୀ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ପରଭେଜ ଅରୋରା, ଛବି ଅରୋରା ଓ ବାଳସୁଧାର ଗୃହର ଅଧିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ପ୍ରାୟ ୧୧୦ ଜଣ ଅନ୍ତେବାସୀ ଓ ୩୦ଜଣ ଷ୍ଟାଫ୍‌ଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୃପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସାମୟିକ ଭାବେ ହେଲେ ମଧ୍ୟ ଅନ୍ତେବାସୀ ମାନେ ଏହି ଖୁସିରେ ସାମିଲ ହୋଇଥିବାରୁ ଅତିଥିମାନେ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀମତୀ ମହାନ୍ତି, ସାଧାରଣ ସଂପାଦକ ଶ୍ରୀମତୀ କୁମ୍ଭାରଙ୍କ ବ୍ୟତୀତ ଶର୍ମିଲା ରାଜଗୁରୁ, ଶାନ୍ତିଲିତା, ଇନ୍ଦିରା ପଣ୍ଡା, ସୁଷମା, ରାହୁଲ, ବାସୁଦେବ, ଟୁକୁ, ବିଶ୍ବଜିତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five − 3 =