csstore

ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ଜନ୍ମ ମାଟି ତଥା କବି କୁଟୀର, ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଗଙ୍ଗାଧର ସାହିତ୍ୟ ପରିଷଦ, ଗଙ୍ଗାଧର ସ୍ମୃତି ସଦନ, ମେହେର ଭୁଲିଆ ସମାଜ, ଗଙ୍ଗାଧର କଳା ପରିଷଦ ସହ ବିଭିନ୍ନ ଅନୁଷ୍ଠାନ ଏଥିରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ ଦ୍ଵାରା କବିଙ୍କ ଜନ୍ମପୀଠରୁ ଗଙ୍ଗାଧର ଜ୍ୟୋତି ଯାତ୍ରାର ଶୁଭାରମ୍ଭ ହୋଇଥିଲା । ସେହିପରି କବି ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ରଚିତ ବରପାଲି ଓ କବି ଗଙ୍ଗାଧର ପୁସ୍ତକକୁ ମନ୍ତ୍ରୀ ରୀତା ସାହୁ ଉନ୍ମୋଚିତ କରିଥିଲେ । ପ୍ରାରମ୍ଭରେ ତାଙ୍କ ପ୍ରତିମୂର୍ତ୍ତିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ କବିଙ୍କ ପୌସପୁତ୍ର ମିହିର ମେହେର, ମହେନ୍ଦ୍ର କୁମାର ମେହେର ସମେତ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଦିନେଶ କୁମାର ଗହିର, ଡ. ସୁରେନ୍ଦ୍ର ମେହେର, ବୀରେନ୍ଦ୍ର ନାଗ, ଡ. ସୁବଲ ମାଝୀ, ଡ. ଶ୍ରୀମତୀ ତପସ୍ଵିନୀ ଗୁରୁ, ଶ୍ରୀମତୀ ପ୍ରଭାସିନୀ ହୋତା, ଅନ୍ତର୍ଯ୍ୟାମୀ ମେହେର, ରକ୍ଷାକାରୀ ବିଶି, ପାଣ୍ଡବ ବେହେରା, ଗୋପବନ୍ଧୁ ଶତପଥୀ, ରମାକାନ୍ତ ତ୍ରିପାଠୀ, ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.