om academy

ତମ୍ବାସିନା‐ମାଣିକପୁର ରାଜ୍ୟ ରାଜପଥରେ ଗଭୀର ଗର୍ତ୍ତ

jsm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା‐ସିନ୍ଧୁଗୋରା ନଂ. ୪୧ ରାଜ୍ୟ ରାଜପଥର ତମ୍ବାସିନା ନିକଟରେ ପିଚୁ ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ସୂଚନା ଅନୁସାରେ କିଛି ବର୍ଷ ତଳେ ଉକ୍ତ ରାସ୍ତା ନିର୍ମାଣ କରାଯାଇ ଥିଲେ ହେଁ ତମ୍ବାସିନା ଠାରୁ ମାଣିକପୁର, ଘଣ୍ଟାପଡା ମଙ୍ଗଳା ଛକ ପର୍ୟ୍ୟନ୍ତ ପାଖାପାଖି ୪କିମି ରାସ୍ତାକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ପାଟିତୁଣ୍ତ ହୋଇ ହାଇକୋର୍ଟରେ ମକର୍ଦ୍ଦମା ରୁଜୁ ହୋଇଛି । ଫଳରେ ଦୀର୍ଘଦିନ ହେଲା ରାସ୍ତାକାମ ନହୋଇ ପଡି ରହିଛି । ସ୍ଥାନୀୟ ସମାଜସେବୀ ଗୋପୀନାଥ କହଁରଙ୍କ କହିବା ଅନୁସାରେ କିଛି ଦିନତଳେ ରାସ୍ତାରେ ଗୋଟିଏ ଡମ୍ଫର ଦବି ଯାଇଥିଲା । ଲଘୁଚାପ ଜନିତ ବର୍ଷା ହେବାରୁ ସେହି ସ୍ଥାନର ପିଚୁ ଦବି ଯାଇ ବୁଧବାର ୨ଟା ସମୟରେ ପ୍ରାୟ ୪ଫୁଟ ଓସାର ଏବଂ ୫ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ସୂଚନା ନିମିତ୍ତ ସେହି ସ୍ଥାନରେ ଗଛ ପୋତିଥିବା ଦେଖିବାକୁ ମିଳିଛି । ଏହି ବିଷୟରେ ପୂର୍ତ୍ତ ବିଭାଗର ଏସଡିଓ ସଚ୍ଚିଦାନନ୍ଦ ସାହୁଙ୍କୁ ପଚାରିବାରୁ ଖବର ପାଇଛି ଏବଂ କାମ ଆରମ୍ଭ ହେଲାଣି ଦୁଇ ଦିନ ଭିତରେ ସରିଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.