om academy

ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଏଆଇକେକେଏମ୍‌ଏସ୍‌.ର ଦେଓଗାଁ ବ୍ଲକରେ ବିକ୍ଷୋଭ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଲ୍‌ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦେଓଗାଁ ବ୍ଲକ ଶାଖ ତରଫରୁ ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚଳିତ ବର୍ଷ ଧାନ ଚାଷରେ ଚକଡା ରୋଗ ଯୋଗୁଁ ବ୍ଲକର ଅଧିକାଂଶ ଅଂଚଳରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଛି । କଷ୍ଟାର୍ଜିତ ଫଲସ କ୍ଷେତ ଯୋଗୁଁ ଚାଷୀ ମାନସିକ ଦୁଃଚିନ୍ତା ମଧ୍ୟରେ କାଳ କାଟୁଛି । ସରକାରଙ୍କର ନିମ୍ନମାନର କୀଟନାଶକ ଔଷଧ ଯୋଗୁଁ ·ଷୀ ତଳିତଳାନ୍ତ ହେଲାଣି । ୨୦୧୯ କୃଷି ବୀମାଭୁକ୍ତ ଚାଷର ଉପଯୁକ୍ତ କ୍ଷତି ପୂରଣ ଶୀଘ୍ର ଦେବା, ଚକଡା ରୋଗ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଯୋଗାଇ ଦିଆଯାଉ । ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା ଏବଂ ଚୁକ୍ତି ଚାଷ ଆଇନ ରଦ୍ଦ କରିବା ଦାବୀରେ ବିକ୍ଷୋଭ କରିବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବୀପତ୍ର ଦିଆଯାଇଥିଲା । ଏହି ବିକ୍ଷୋଭରେ ଜିଲ୍ଲା ସଂଗଠକ ସୁନିଲ ଭୋଇ, ଡୋଳାମଣି ରଣା, ପୀତାମ୍ବର ପଧାନ, ସୁଶିଲ ସାହୁ, ପୁରନ୍ଦର ଭୋଇ, ପ୍ରଦୀପ ସା, ଅମିତ ପଧାନ, ପିଙ୍କୁ ଭୋଇ ସହ ବହୁ ସଦସ୍ୟ ସାମିଲ ଥିଲେ ।

Leave A Reply

Your email address will not be published.