om academy

ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା ଅଭିଯାନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି କ୍ରମରେ ଦେଓଗାଁ ବ୍ଲକ ବିଜୁଦଜନତା ଦଳ ପକ୍ଷରୁ ଦେଓଗାଁ ସାପ୍ତାହିକ ବଜାର ଠାରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତି ହୋଇଯାଇଛି । ବିଶ୍ୱମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଲାଣି । ତାକୁ ନେଇ ଲୋକମାନେ କେମିତି ସଚେତନ ରହିବେ, ଆଜି ଦେଓଗାଁ ବ୍ଳକ୍‌ର ସମିତି ସଭ୍ୟ ଶୁସିଲ ଚାନ୍ଦଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଦୋକାନକୁ ଦୋକାନ ବୁଲି ଲୋକମାନଙ୍କୁ ସଚେତନ କରାଇ ମାସ୍କ ଏବଂ ସେନିଟାଇଜର୍‌ ବଣ୍ଟନ କରାଯାଇଥିଲା । ଏହି ଅଭିଯାନରେ ବିଭୁତି ଭୂଷଣ ମିଶ୍ର, ରାଜେନ୍ଦ୍ର ହୋତା, ଶିବ ପ୍ରସାଦ ବେହେରା ପ୍ରମୁଖ ବିଜୁଜନତା ଦଳର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.