om academy

ଗ୍ରାମାଞ୍ଚଳରେ ମାତିଲେଣି ଚୋର ଡକାୟତ ଦଳ : ଗୋଟିଏ ରାତିରେ ୩ ଦୋକାନରୁ ତାଲା ଭାଙ୍ଗି ସାମଗ୍ରୀ ଓ ଟଙ୍କା ଚୋରୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନର ୩ଟି ଦୋକାନରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଦେଓଗାଁ ଥାନାରୁ ମାତ୍ର ୫୦ଫୁଟ ଦୂରତାରେ ଥିବା ବସଷ୍ଟାଣ୍ଡର ଏକ ପାନ ଦୋକାନରୁ ତାଲା କାଟି ଦୋକାନ ଭିତରେ ଥିବା ପାନ ମସଲା, ଥଣ୍ଡା ପାନୀୟ ଜଳ ସାମଗ୍ରୀ ଓ ନଗଦ ୨୮ ହଜାର ଟଙ୍କା ଚୋରୀ ହୋଇଥିବା ଜଣାପଡିଛି । ଏହା ସହ ଗାଈବାହାଲ ପଞ୍ଚାୟତ ସାଗରପାଲି ଗାଁର ଜାତୀୟ ରାଜପଥ କଡ଼ର ଏକ ଦୋକାନର ତାଲା ଭାଙ୍ଗି ଚୋରି କରିଥିବା ସହ ସଦର ବ୍ଲକ କୁଠୁର୍ଲାରେ ମଧ୍ୟ ଏକ ଦୋକାନରୁ ମଧ୍ୟ ତାଲା ଭାଙ୍ଗି ସାମଗ୍ରୀ ଚୋରୀ ହୋଇଥିବା ଜଣାପଡିଛି । ଚୋରୀ ଖବର ପାଇବା ପରେ ଦେଓଗାଁ ଓଆଇସି ରଞ୍ଜନ ବରିହା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ସମସ୍ତ ଘଟଣାରେ ଜଡ଼ିତ ଥିବା ଚୋରଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଓ ଟଙ୍କା ଦୋକାନକୁ ଫେରାଇବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.