pakka

ରାଜେନ୍ଦ୍ର ଆଲୁମ୍ନି ବାର୍ଷିକ ସାଧାରଣ ବୈଠକ ୨୦ରେ ନେଇ ଆଲୁମ୍ନି ସଭାପତିଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ମାର୍ଚ୍ଚ ରବିବାର ପୂର୍ବାହ୍ନ ୧୦ଟା ୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆର୍ଟ୍ସ ବ୍ଲକ୍ ହଲରେ ପୁରାତନ ଛାତ୍ର ସଂସଦର ଏଜିଏମ୍ ଆୟୋଜନ ହେଉଛି । ମୋ କଲେଜ ଅଭିଯାନ, ଆଲୁମ୍ନିର ସମ୍ବିଧାନ ସଂଶୋଧନ ଆଦି ପ୍ରସଙ୍ଗରେ ଆଲୋଚନା ହେବା ସହ ଆୟବ୍ୟୟର ବିବରଣୀ ଉପସ୍ଥାପିତ ହେବ । ଶେଷରେ ନୂତନ କର୍ମକର୍ତ୍ତା ଚୟନ କରାଯିବ । ଆଲୁମ୍ନି ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ରାଜେନ୍ଦ୍ରଭିଆନ୍ସ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରାଯାଇଛି । ଏଥିସହ ବାର୍ଷିକ ସଦସ୍ୟତା ନବୀକରଣ କରାଇ ନେବାକୁ ମଧ୍ୟ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

20 + 13 =