oom

ଛତ୍ରପୁର ସହରର ରାଜାଘର ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ପୁସ୍ତକ ଉନ୍ମୋଚନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରୀକ ବିଧିରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ଏହି ଅବସରରେ ପତିତପାବନ ସତସଂଘ ଆନୁକୂଲ୍ୟରେ ଜ୍ଞାନଯଜ୍ଞ ପ୍ରସାଦ ତଥା ଆନୁଷ୍ଠାନିକ ଭାବେ ଅତିଥିମାନଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ସମ୍ପନ୍ନ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିରର ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉନ୍ମୋଚିତ ହୋଇଥିବା ପତିତପାବନ ପତ୍ରିକାର କର୍ମକର୍ତ୍ତା ଓ ଉଦ୍ୟକ୍ତାଗଣଙ୍କ ଆକୁଣ୍ଠଚିତ ଅବଦାନ ଖୁବ୍ ପ୍ରସଂଶନୀୟ ବାର୍ତ୍ତା ବହନ କରିଛି । ପତ୍ରିକାର ମୁଖ୍ୟ ଉପଦେଷ୍ଟା ଇଂ. ରାମଚନ୍ଦ୍ର ପଟ୍ଟନାୟକଙ୍କ ଭୂମିକା ଉଲ୍ଲେଖନୀୟ ହୋଇଥିବା ବେଳେ ମୁଖ୍ୟ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ଆଦିକନ୍ଦ ପାଣିଗ୍ରାହୀ, ରବିନ୍ଦ୍ରନାଥ ରଥ, ସୁଧୀର କାନ୍ତ ରଥ, ସୁରେନ୍ଦ୍ର କୁମାର ପାଢ଼ୀ, ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ରମା ଚୌଧୁରୀ, ପ୍ରଶାନ୍ତ ଶତପଥୀଙ୍କ ଭୂମିକା ଅନନ୍ୟ ବିଶେଷତ୍ଵ ରହିଥିବା କୁହାଯାଏ । ଉଦଘାଟକ ତଥା ଛତ୍ରପୁର ବଜାର ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରଣବ ବସ୍ତିୟାଙ୍କ କରକମଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ ସ୍ୱରୂପ ପତିତପାବନ ପତ୍ରିକାର ଉନ୍ମୋଚନ ବେଶ୍ ଉତ୍ସାହ ଭରା ହୋଇଥିଲା । ଉନ୍ମୋଚନ ର୍କ୍ୟାକ୍ରମକୁ କବି ପ୍ରଶାନ୍ତ କୁମାର ଶତପଥୀ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାର୍ଥୀ ଗଣ ଭାଗ ନେଇ ଓଡ଼ିଶୀ ନୃତ୍ୟ ଓ ଭକ୍ତି ସଙ୍ଗୀତର ନୃତ୍ୟ ପରିବେଷଣ କରି ଅଗଣିତ ଭକ୍ତ ତଥା ଜଗନ୍ନାଥପ୍ରେମୀଙ୍କୁ ମନ୍ତ୍ର ମୁଗ୍ଧ ଆଣିଦେଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ଗୁରୁଜୀ ଶ୍ରୀକାନ୍ତ ମହାପାତ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ ପଟ୍ଟନାୟକ, ଏ. ରାବଣା ରାଓ, ବି.ଶ୍ରୀନିବାସ, ମଙ୍ଗଳା ପଣ୍ଡା, ସୋମନାଥ ସାହୁ, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ମାଧବ ମହାପାତ୍ର, ବିନୋଦିନୀ ନାୟକ, ପ୍ରଭାକର ରାଓ, ରାମାନୁଜ ଦାସ, ଶୈଳବାଳା ପାଣିଗ୍ରାହୀ, ଉର୍ମିଳା ପାଣି, ପଦ୍ମାବତୀ ପାଢ଼ୀ, ସବିତା ନେପାକ, ଗାୟତ୍ରୀ ସାହୁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଉତ୍ସବର ସାଫଲ୍ୟ ମଣ୍ଡିତ କରିଥିଲେ । ଜୟ ଜଗନ୍ନାଥ ଧ୍ୱନିରେ ଏବଂ ଘଣ୍ଟ ମୃଦଙ୍ଗ ଶଙ୍ଖ ହୁଳହୁଳି ଶବ୍ଦରେ ସ୍ଥାନଟି ପ୍ରକମ୍ପିତ ହୋଇଥିଲା ।

jittmm
Leave A Reply

Your email address will not be published.