pakka

ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ସର୍ବ ଭାରତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଛତିଶଗଡ (ରାୟପୁର)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ ଏବଂ ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆବାହକତ୍ୱରେ ଅନୁଷ୍ଠିତ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଅଛି । ଚଳିତ ବର୍ଷ ‘ବିଶ୍ୱ କାର୍ଟୁନିଷ୍ଟ ଦିବସ’ ପାଳନ ଅବସରରେ ଆୟୋଜିତ ଏ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ଗବଳର ୠକ୍ସସରଦ୍ଭୟଗ୍ଦ ଦ୍ଭକ୍ଟଗ୍ଧ ଡବକ୍ସ’ । ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ଯୁଦ୍ଧ ଉପରେ ଶାନ୍ତି ତଥା ମାନବିକତାର ବିଜୟ ସଂପର୍କରେ ଏକ ବଳିଷ୍ଠ ବାର୍ତା ପ୍ରଦାନ କରିଅଛି । ପ୍ରକାଶ ଯୋଗ୍ୟ ଯେ, ଏହି ଉତ୍ସବ ଆନୁକୂଲ୍ୟରେ ସଂସ୍କୃତି ବିଭାଗ ସ୍ଥିତ ଆର୍ଟ ଗେଲେରି ଠାରେ ପ୍ରତିଯୋଗିତା ସଂପର୍କିତ ଏକ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଅଛି । ସୂଚନା ଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ । ପୂର୍ବରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇ ସାରିଥିବା ଅଶ୍ୱିନୀ-ଅବନୀ ଅନେକବାର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ନେଟ୍‌ ଅଏଲ୍‌ କାର୍ଟୁନ୍‌ ପ୍ରତିଯୋଗିତା-ଫ୍ରାନ୍ସ, ଗୁରା ହ୍ୟୁମରୁଲୁଇ-ରୋମାନିଆ, ଡିକାକୋ-ସାଉଥ କୋରିଆ, ସାଲୋନ୍‌ ଅଫ୍‌ ଗ୍ରାଫିକ୍‌ ହ୍ୟୁମର- ପେରୁ, ଏଫ୍‌.ସି.ଡବ୍ଲୁ.–ଚୀନ୍‌ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ଭିଲାଇ ଷ୍ଟିଲ ପ୍ଲାଂଟ, ହିନ୍ଦୁସ୍ଥାନ୍‌ ଟାଇମ୍ସ, କାର୍ଟୁନ୍‌ ୱାଚ୍‌ ଦ୍ୱାରା ଆୟୋଜିତ ଜାତୀୟ ପ୍ରତିଯୋଗିତା ଏ ମଧ୍ୟରେ ଅନ୍ତର୍ଭୁକ୍ତ । ଆହୁରି ମଧ୍ୟ ସୂଚାଇ ଦିଆଯାଇପାରେ ଯେ, ଅଶ୍ୱିନୀ-ଅବନୀଙ୍କ କାର୍ଟୁନ ଗୁଡିକ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବହୁବାର ପ୍ରଦର୍ଶିତ ହୋଇ ଆସୁଅଛି । ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ ଏଗ୍‌ଜିବିସନ, ଇଜିପ୍ଟ, ମାଇକେଲ୍‌ ଜେକ୍‌ସନ୍‌ ଟ୍ରିବ୍ୟୁଟ୍‌ ଏଗ୍‌ଜିବିସନ୍‌, ରୋମାନିଆ, ଏମ୍‌. ଜେ. ଏଗ୍‌ଜିବିସନ, ବ୍ରାଜିଲ ତଥା ଏଟିଲା ଓଜେର୍‌ ଇନ୍‌ଟର୍‌ନେସେନାଲ୍‌ ଏଗ୍‌ଜିବିସନ, ତୁର୍କି ଆଦି ଏଥିର ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.

seventeen + eight =