pakka

ସ୍କୁଲ ରାସ୍ତା ମଝିରେ ବାଲି ଗଦା କରିଥିବା ଅଭିଯୋଗ

  • ବେନକେରା ଆଶ୍ରମ ବିଦ୍ୟାଳୟକୁ ଯିବା ରାସ୍ତାରେ ବାଲି ଗଦା ଛାତ୍ରଛାତ୍ରୀମାନଙ୍କୁ ହେଉଛି କାଳ
  • ପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକଙ୍କ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେନା ଗ୍ରାମରେ ରହିଛି ସରକାର ଅନୁସୁଚୀତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ସାଙ୍ଗକୁ ବିଦ୍ୟାଳୟରେ କେବିକେ ଛାତ୍ରୀ ନିବାସ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବୋର୍ଡ ଓ (ଅନ୍ତେନୀବାସୀ) ଓ ଡିସକୋଲାର ମୋଟ ୩୮୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ଆଶ୍ରମ ବିଦ୍ୟାଳୟ କଂକ୍ରିଟ ରାସ୍ତା ଦେଇ ବିଦ୍ୟାଳୟ ଯିବା ଆସିବା କରନ୍ତି । ଦୀର୍ଘ ୬ ମାସରୁ ଅଧିକ ହେବ ବିଦ୍ୟାଳୟକୁ ପାଠପଢି ଆସୁଥିବା ଛାତ୍ରଛାତ୍ରୀମାନେ ଘୋର ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବେନକେରା ଆଶ୍ରମ ବିଦ୍ୟାଳୟ ବିଦ୍ୟାଳୟକୁ ଯିବା କଂକ୍ରିଟ ରାସ୍ତା ମଝିରେ ବାଲି ଗଦା ଦୀର୍ଘ ୬ ମାସ ଧରି ଜନୈକ ବ୍ୟକ୍ତି ବାଲି ରଖିଛନ୍ତି । ଯାହାଫଳରେ ସେହି ବାଲି ଗଦା ଉପରେ ଛାତ୍ରଛାତ୍ରୀ ମାନେ ସାଇକେଲରେ ଯିବା ଆସିବା କରୁଥିବାରୁ ସାଇକେଲରୁ ପଡ଼ି ଆହତ ମଧ୍ୟ ହେଉଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ବାଲି ଗଦା କରିଥିବା ଜନୈକ ବ୍ୟକ୍ତି ଜଣକୁ ବାଲି ଗଦା ଅନ୍ୟତ୍ର ନେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର କହିଥିଲେ ମଧ୍ୟ ବ୍ୟକ୍ତି ଜଣକ ବେଖାତିର କରୁଥିବା ଅଭିଯୋଗ ହେଉଛି । ଜନୈକ ବ୍ୟକ୍ତି ଜଣକ ଏକ କିରାନା ଦୋକାନ କରିଥିବାରୁ ତାଙ୍କ ଦୋକାନରୁ ଛାତ୍ର ଛାତ୍ରୀମାନେ ସାମଗ୍ରୀ ନକିଣିବାରୁ ରାସ୍ତାରେ ବାଲି ଗଦା କରିଛନ୍ତି ବୋଲି ଅଭିଭାବକ ମାନେ ମତପ୍ରକାଶ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

three − 3 =