pakka

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ୩ ବର୍ଷ ସକାଶେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଜୟକୃଷ୍ଣ ଦାଶ ଶର୍ମା ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ବିନୋଦ ବିହାରୀ ମିଶ୍ର ପୂର୍ବତନ ପ୍ରଥମ ସଭାପତି ତଥା ସଂଘର ପ୍ରତିଷ୍ଠା ଏବଂ ସତ୍ୟବନ୍ତ ବେଦବାକ ପୂର୍ବତନ ସଭାପତି ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ । ଗୋବିନ୍ଦ ମିଶ୍ର ସଭାପତି, ପର୍ଶୁରାମ ନାୟକ ଏବଂ ପ୍ରଶନ୍ନ କୁମାର ମିଶ୍ରଙ୍କୁ ଉପସଭାପତି ରୂପେ ଚୟନ କରାଯାଇଛି । ସେହିପରି ମଲିଆ ଗଡୁଆଙ୍କୁ ସାଧାରଣ ସଂପାଦକ ଏବଂ ପୁରୁଷୋତ୍ତମ ପଣ୍ଡାଙ୍କୁ ଯୁଗ୍ମ ସଂପାଦକ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । କାର୍ଯ୍ୟକାରିଣୀ କମିଟିର ସଭ୍ୟ ରୂପେ ଗୋପବନ୍ଧୁ ପୁରୋହିତ, ବୃନ୍ଦାବନ ବରାଳ, ମନୋରଂଜନ ମିଶ୍ର, ରଘୁନାଥ ମିଶ୍ର, ହରେକୃଷ୍ଣ ପଟେଲ, ପ୍ରଭାକର ମିଶ୍ର, ନିତ୍ୟାନନ୍ଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାଶ, କୃଷ୍ଣଚନ୍ଦ୍ର ମହାୁର ଏବଂ ପ୍ରଦୀପ ସାହୁଙ୍କୁ ଚୟନ କରାଯାଇଛି । ସାମାଜିକ, ଅର୍ଥନୈତିକ, ଖାଉଟି ଆବାହକ ଭାବେ ଜୀବନ ତ୍ରିପାଠୀ ଏବଂ ଅଡିଟର ଭାବେ ରାଧାକାନ୍ତ ମିଶ୍ର, ବିନୋଦ ବିହାରୀ ମିଶ୍ର, ସତ୍ୟବନ୍ତ ବେଦବାକ ଏବଂ ଜୟକୃଷ୍ଣ ଦାଶ ଶର୍ମାଙ୍କୁ ଚୟନ କରାଯାଇଛି । ନୂତନ ଭାବେ ନିର୍ବାଚିତ ସଭାପତି ଗୋବିନ୍ଦ ମିଶ୍ର ଓ ସାଧାରଣ ସଂପାଦକ ମଲିଆ ଗଡୁଆ ସମସ୍ତ ସଭ୍ୟବୃନ୍ଦଙ୍କ ସାହାଯ୍ୟ ତଥା ସହଯୋଗ ଆଶା ରଖି ସଂଘକୁ ସୁଦୃଢ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସର୍ବ ଶେଷରେ ପର୍ଶୁରାମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 2 =