pakka

ବଲାଙ୍ଗିର ପଂଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଞ୍ଚାୟତ ସମିତି ବଲାଙ୍ଗିରର ସଭାଗୃହଠାରେ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ସଭାପତିତ୍ୱରେ ପ୍ରଥମ ସମତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଉପସ୍ଥିତ ସମସ୍ତ ଜନ ପ୍ରତିନିଧି ତଥା ବିଭିନ୍ନ ବିଭାଗରୁ ଆସିଥିବା କର୍ମଚାରୀଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରୀତମ କୁମାର ତନ୍ତୀ ସ୍ବାଗତ ଜଣାଇଥିଲେ । ଉକ୍ତ ବୈଠକରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଦାମୋଦର ଦାସ ସଭା ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷା, ପୁଷ୍ପାଞ୍ଜଳି ହୋତା, ସାଂସଦଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟା ୨୨ର ଅନାମିକା ହୋତା, ୨୩ା ସଂଗୀତା ସୁନା ଓ ସମସ୍ତ ୨୫ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ସମିତି ସଭ୍ୟ/ସଭ୍ୟା ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଉଦ୍ୟାନ, ମନରେଗା, ଗ୍ରାମୀଣ ଆବାସ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ମତ୍ସ୍ୟ ଓ ପଶୁପାଳନ, ଆଦିବାସୀ କଲ୍ୟାଣ, ଓଡ଼ିଶା ଜୀବିକା ମିସନ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଯୋଜନା, ସ୍ବଚ୍ଛ ଭାରତ ମିସନ ତଥା ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଏହି ସବୁ ଆଲୋଚନାରେ ପୂର୍ବତନ ଅଧ୍ୟକ୍ଷ ତଥା ସଦେଇପାଲି ସମିତି ସଭ୍ୟ ଗୋଲାପ ବାଗ, ଭୂତିଆରବାହାଲ ସମିତି ସଭ୍ୟ ଶ୍ରୀବତ୍ସ ସାହୁ, ସିକାଛିଡା ସମିତିସଭ୍ୟା ବିନିତା ପଧାନ, ଚନ୍ଦନଭାଟି ସମିତିସଭ୍ୟା ସଂଗୀତା ପାଣିଗ୍ରାହୀ, ବରକାନୀ ସରପଞ୍ଚ ବଳଦେବ ସାହୁ, ବାରପୁଡଗିଆ ସରପଞ୍ଚ ଜନ୍ମେଜୟ ମେହେର, ବୈଦିପାଲି ସରପଞ୍ଚ ସୁଜାତା ରାଉତ, ମନହୀରା ସରପଞ୍ଚ ରମ୍ଭା ରଣା ଆଦି ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ବୈଠକରେ ସମସ୍ତ ସଭ୍ୟ ସଭ୍ୟା ଜନସାଧାରଣଙ୍କର ସେବା କରିବା ପାଇଁ ଉତ୍ସୁକତାର ସହ ଗଠନ ମୂଳକ ସହଯୋଗ କରିଥିବାରୁ ଅଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

eight − four =