om academy

ମାରୱାଡ଼ି ସମାଜ ପକ୍ଷରୁ ମାତା ସତୀରାଣୀ ପୂଜା ଅନୁଷ୍ଠିତ

jsm

ମନମୁଣ୍ଡା : ଶ୍ରୀରାମ ନବମୀ ଉପଲକ୍ଷେ ଗତକାଲି ମନମୁଣ୍ଡା ମାରବାଡ଼ି ସମାଜ ତରଫରୁ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମାତା ସତୀରାଣୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୋନପୁରର ପଣ୍ଡିତ ଶର୍ମା ପୂଜାର୍ଚ୍ଚନା କରିଥିବା ବେଳେ ଦିଲ୍ଲୀପ କୁମାର ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ଜ୍ୟୋତି କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ । ସମସ୍ତ ମହିଳାମାନେ ମଙ୍ଗଳପାଠ କରିଥିଲେ । ଏହା ବ୍ୟତୀତ ସେଠାରେ ଭଜନ ସମାରୋହ ଓ ନୃତ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ପ୍ରସାଦ ପ୍ରଦାନ କରାଯାଇଥିଲା । ବବ୍‌ଲୁ ଅଗ୍ରୱାଲ, ଗଲୁ ଅଗ୍ରୱାଲ, ମନିସ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆନନ୍ଦ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ରାଜା ଅଗ୍ରୱାଲ, ରାମଚନ୍ଦ୍ର ଅଗ୍ରୱାଲଙ୍କ ସମେତ ମାରୱାଡ଼ି ସମାଜ ଏବଂ ସ୍ଥାନୀୟ ଶ୍ରୀରାମ ମନ୍ଦିର ପୂଜକ ସ୍ୱାଧୀନ କୁମାର ହୋତା ସହଯୋଗ କରିଥିଲେ ।

Leave A Reply

Your email address will not be published.