pakka

ଶକ୍ତିପୀଠରେ ଷୋଡଶ ଉପଚାର ପୂଜା

bbehera

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା, ରମ୍ପେଲାକେମ୍ପ, ସାଳଡ, ଲପଙ୍ଗା, ତୁଳାରମା(ଝାଙ୍କରପାଲି) ପୁଡାପଡା ଆଦି ଗ୍ରାମରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ବ୍ଲକ୍ ତଥା ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଲଇଡା ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ଦେବୀଙ୍କୁ ସୁସଜ୍ଜିତ କରି ନିଶାର୍ଦ୍ଧରେ ଶାକ୍ତ ବିଧିମତେ ପୂଜା ହୋମ ସମ୍ପନ୍ନ ହୋଇ ପାଟଖଣ୍ଡା ସ୍ଥାପନ କରାଯାଇଥିଲା । ଜମିଦାର ପୃଥ୍ୱୀରାଜ ସିଂହ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ କ୍ଷୀରୋଦ ପୂଜାରୀ ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନାର ସ୍ଥାୟୀ କମିଟି ଓ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen − 16 =