pakka

ମା’ ଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ଥିବା ମା’ ଦକ୍ଷିଣକାଳୀ ମନ୍ଦିରରେ ମା’ ଦୁର୍ଗା(ଚଣ୍ଡୀ)ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ମଣ୍ଡଳାଧିବାସ, ଧ୍ୟାନାଧିବାସ ସହିତ କର୍ମାରମ୍ଭ ହୋଇଥିଲା । ବିଗ୍ରହଟି ଗଞ୍ଚାମ ଜିଲ୍ଲା ଭଞ୍ଜନଗରର ସନ୍ତୋଷ କୁମାର ଗୌଡ଼ ଏବଂ ତାଙ୍କ ପତ୍ନୀ ସବିତା ଗୌଡ଼ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ କର୍ତ୍ତା ଭାବରେ ଶାନ୍ତନୁ କୁମାର ମହାଖୁଡ଼ ଏବଂ ତାଙ୍କ ପତ୍ନୀ ନିରୁପମା ମହାଖୁଡ଼ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୂଜା ମୁଖ୍ୟ ଅନ୍ତର୍ଯ୍ୟାମି ମିଶ୍ର ରହିଥିବା ବେଳେ ଗୁୁରୁ ପଦ୍ମଲୋଚନ ମହାଖୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲୁ ଥିବା ଜଣାଯାଇଛି । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ଶ୍ରୀ ମା’ ଦକ୍ଷିଣକାଳୀ ମନ୍ଦିର କମିଟୀର ସଦସ୍ୟମାନେ ସହଯୋଗ କରୁଛନ୍ତି ।

jay balangir
Leave A Reply

Your email address will not be published.

five × 3 =