pakka

ଗଛକଟା ଓ ଜଙ୍ଗଲରେ ନିଆଁ ରୋକିବା ପାଇଁ ଯୁବକଙ୍କ ଉଦ୍ୟମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଗଛକଟା ଓ ଜଙ୍ଗଲରେ ନିଆଁ ରୋକିବା ପାଇଁ ନିଆରା ଉଦ୍ୟମ କରି ବର୍ତ୍ତମାନ ଅଞ୍ଚଳରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ପ୍ରକୃତି ସୁରକ୍ଷା ପାଇଁ ସେ ଅଣ୍ଟା ଭିଡ଼ି ଜଙ୍ଗଲ ସୁରକ୍ଷା ଲାଗି ସଚେତନତାରେ ଲାଗି ପଡ଼ିଛନ୍ତି । ଜଙ୍ଗଲର ଗଛ ଓ ବନ୍ୟା ପ୍ରାଣୀମାନଙ୍କ ସୁରକ୍ଷା ସମ୍ପର୍କିତ ସ୍ଳୋଗାନ୍ ପ୍ଲାକାର୍ଡ ଗଛ ଦେହରେ ଲଗାଉଛନ୍ତି । ଲୋକ ଗଛ ହାଣିବା ଓ ମହୁଲଫୁଲ ସଂଗ୍ରହ ପାଇଁ ନିଆଁ ଲାଗିବା ପୂର୍ବରୁ ସ୍ନୋଗାନ୍ ଦେଖି ଚିନ୍ତାଶୀଳ ହୋଇ ନିଶ୍ଚିତ ଭାବେ ଗଛକାଟିବାରୁ ଓ ଗଛରେ ନିଆଁ ଲଗାଇବାରୁ ନିଜକୁ ନିବୃତ ରଖିବେ ବୋଲି ଜ୍ୟୋତିଷଙ୍କ ବିଶ୍ୱାସ । ଅନ୍ୟପଟେ ଜଂଗଲରେ ରହୁଥିବା ଠେକୁଆ, ହରିଣ, ଭାଲୁ, ବାରହା, ମୟୁର ଓ ସାପ ଅନ୍ୟାନ୍ୟ ଜୀବଜନ୍ତୁ ଲୋପ ପାଇବାରେ ଲାଗିଲାଣି । ଜଂଗଲର ଗଛ ଲତା ଜୀବଜନ୍ତୁ କ୍ଷୟ ହେବା ଦ୍ଵାରା ପରିବେଶ ଦୂଷିତ ହେଉଛି । ମଣିଷ ସମାଜକୁ ସୁସ୍ଥ ଜୀବନ ଯାପନ ପାଇଁ ଉତ୍ତମ ପରିବେଶର ଆବଶ୍ୟକତା ରହିଛି । ଯାହା ଜଙ୍ଗଲ ପରିବେଶରେ ମିଳିଥାଏ । ଲୋକ ସଚେତନ ହୋଇ  ପଦକ୍ଷେପ ନେଲେ ନିଶ୍ଚୟ ଭାବେ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା ବୋଲି ଆଶିଷ କହିଛନ୍ତି ।

jay balangir
Leave A Reply

Your email address will not be published.

9 + 20 =

error: Content is protected !!