pakka

ପୌର ନିର୍ବାଚନରେ ସମରେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ

bbehera
  • ବଲାଙ୍ଗିରର ବିକାଶକୁ ଦେଖନ୍ତୁ ଆଉ ଭୋଟ ଦିଅନ୍ତୁ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ରାଜ୍ୟରେ ବିଜୁ ଜନତା ଦଳ ସରକାର ଏବଂ ୧୫ ବର୍ଷରୁ ଅଧିକ ହେବ ବଲାଙ୍ଗିର ପୌର ପରିଷଦ ବିଜୁ ଜନତା ଦଳ ଦଖଳରେ ଅଛି । କିନ୍ତୁ ବଲାଙ୍ଗିର ଲୋକେ ଯଦି ପ୍ରକୃତରେ ବିକାଶ ଦେଖିଛନ୍ତି ତେବେ ତାହା ୨୦୧୪ ମସିହା ସାଧାରଣ ନିର୍ବାଚନ ପରେ । ୨୦୧୪ରୁ ବଲାଙ୍ଗିର ସହରର ରାସ୍ତାଘାଟ, ନାଳ ନର୍ଦ୍ଦମା, ପରିମଳ ଅତି ଦୟନୀୟ ଅବସ୍ଥାରେ ଥିଲା । ନା ଥିଲା ମେଡିକାଲ କଲେଜ ନା ଥିଲା କ୍ରୀଡା ଭିତ୍ତିଭୂମି, ଶିକ୍ଷା ଭିତ୍ତିଭୂମି କଥା ଯଦି କହିବା ସ୍କୁଲ କୋଠା ଗୁଡିକ ଜରାଜିର୍ଣ୍ଣ ଅବସ୍ଥାରେ ଥିଲା । ୨୦୧୪ରେ ଲୋକେ ରାଜନୈତିକ ନେତୃତ୍ୱରେ ବିରାଟ ପରିବର୍ତ୍ତନ ଆଣି ନରସିଂହ ମିଶ୍ରଙ୍କୁ ବିଧାୟକ ରୂପେ ନିର୍ବାଚିତ କଲେ, ବଲାଙ୍ଗିରବାସୀ ବିକାଶର ସ୍ୱାଦ ଚାଖିଲେ । ତେଣୁ ଏହି ପୌର ନିର୍ବାଚନରେ ପୌର ପରିଷଦରେ କଳା ଶାସନ କରୁଥିବା ବିଜେଡି ଦଳକୁ ଲୋକେ ପ୍ରତ୍ୟାଖାନ କରନ୍ତୁ ଓ କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ମିଳନୀ ସାହୁ ଏବଂ ସମସ୍ତ ୨୧ ଜଣ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବଲାଙ୍ଗିର ବିକାଶକୁ ଆଗେଇ ନେବାରେ ସହଯୋଗ କରନ୍ତୁ ବୋଲି ଆଜି ନିର୍ବାଚନ ପ୍ରଚାର ଶେଷ ଦିନରେ ନିଜର ଶକ୍ତି ପ୍ରଦର୍ଶନ ପୂର୍ବକ ସହର ମଧ୍ୟରେ ଶହସ୍ରାଧିକ ସମର୍ଥକଙ୍କ ଗହଣରେ ବିରାଟ ପଟୁଆରରେ ସହର ପରିକ୍ରମା କରି ପିସିସି ସାଧାରଣ ସଂପାଦକ ତଥା ଏଆଇସିସି ସଭ୍ୟ ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯଦି ବଲାଙ୍ଗିରବାସୀ ବଲାଙ୍ଗିର ସହରକୁ ଏକ ପୂର୍ଣ୍ଣାଙ୍ଗ ବିକଶିତ ସହର ଭାବରେ ଗଢି ତୋଳିବାକୁ ଚାହୁଁଛନ୍ତି ତେବେ କଂଗ୍ରେସ ଦଳକୁ ଭୋଟ ଦିଅନ୍ତୁ, କଂଗ୍ରେସ ଦଳକୁ ଥରେ ସୁଯୋଗ ଦିଅନ୍ତୁ ଦେଖିବେ ପୌରାଞ୍ଚଳବାସୀଙ୍କ ସମସ୍ତ ସ୍ୱପ୍ନ ପୁରଣ ହେବ । ଆଜି ପୂର୍ବାହ୍ନ ଘ.୧୦ ରେ ପୌର ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଦଳର ସମସ୍ତ ୨୧ ଜଣ କାଉନସିଲର ପ୍ରାର୍ଥୀ/ପ୍ରାର୍ଥିନୀ ଏବଂ ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଳନୀ ସାହୁ ପ୍ରମୁଖ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ସହର ମଧ୍ୟରେ ବିରାଟ ର‍୍ୟାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କଂଗ୍ରେସ ସପକ୍ଷରେ ଭୋଟଦାନ କରିବାକୁ ଶ୍ଲୋଗାନ ମାଧ୍ୟମରେ ଆକର୍ଷିତ କରିବା ସହିତ ବିଗତ ଦିନର ପୌର ପରିଷଦ କିପରି ଦୁର୍ନୀତି କରିଛି ଏବଂ ପ୍ରତ୍ୟେକ ସରକାରୀ ଯୋଜନାରୁ ଅର୍ଥ ତୋଷାରପାତ ଏବଂ ବାଟ ମାରଣା କରିଛି ତାହାକୁ ଜନସାଧାରଣଙ୍କ ସମ୍ମୁଖରେ ରଖିଥିଲେ । ଆଜି ନିର୍ବାଚନ ପ୍ରଚାର ଅନ୍ତିମ ଦିନରେ ବିଧାୟକ ନରସିଂହ ମିଶ୍ର ୱାର୍ଡ ନଂ.୧୦ର ପ୍ରାର୍ଥୀ ସୀତାରାମ କୁମ୍ଭାରଙ୍କ ସହ ସ୍ଥାନୀୟ କୁଷ୍ଠାଶ୍ରମକୁ ଯାଇ ଅନ୍ତେବାସୀଙ୍କ ଗହଣରେ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରି କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ଅପରାହ୍ନରେ ଶ୍ରୀ ମିଶ୍ର ୨୦ ନଂ. ୱାର୍ଡ ସ୍ଥିତ ଇନ୍ଦିରା ନଗର ଏବଂ ସାଗରପଡାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା କରି କାଉନସିଲର ପ୍ରାର୍ଥିନୀ ବାସନ୍ତି ଭୋଇଙ୍କୁ ହାତ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଏଠାରେ ରହୁଥିବା ପ୍ରତ୍ୟେକ ଭୂମିହୀନ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ବିନା ମୂଲ୍ୟରେ ଘର ଡିହ ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପ୍ରତିଶୃତି ଦେଇଥିଲେ । ତା’ ସହ ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ନଗର ସଭାପତି ବୁଲୁ ଦାନୀଙ୍କ ସଂଯୋଜନାରେ ଆଜି ଅନୁଷ୍ଠିତ ସଭା ତଥା ର‍୍ୟାଲିରେ ମନୀଷ ମିଶ୍ର, ଅସୀତ ମିଶ୍ର, ଓମ୍‌ ପ୍ରକାଶ କୁମ୍ଭାର, ଅମୂଲ୍ୟ ସେଠ, ବ୍ରଜ ସେଠୀ, ପ୍ରେମ ମିଶ୍ର, ଅଙ୍କିତ ସାହୁ, ଲୋପନ ମିଶ୍ର, ଗୋବିନ୍ଦ ପଣ୍ଡା, ବିଜୟ ସିଂହ, ତିର୍ଥ ମିଶ୍ର, ସନ୍ତୋଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fourteen − four =