pakka

ରକ୍ତଦାନ କଲେ କୁଲୁତା ସମାଜର ଯୁବ ସଦସ୍ୟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍ ଭାଲିଆମୁଣ୍ଡା ଗ୍ରାମର ରାମ ନାୟକ (୬୨) ଗତକାଲି ଠାରୁ ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୫% ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ତାଙ୍କ ପୁତ୍ର ପର୍ଶୁରାମ ନାୟକ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଏ+ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ପଞ୍ଚାନନ ସା ଆସି ରକ୍ତଦାନ କରିଥିଲେ । ରକ୍ତଦାନ ସମୟରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ଯୁବ ସଦସ୍ୟ ଶମ୍ଭୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଯୁବ କୁଲୁତା ସମାଜର ଏଭଲୀ ମହତ୍ କାର୍ଯ୍ୟକୁ ନୂଆପଡ଼ା ଜିଲ୍ଲା କୁଲୁତା ସମାଜର ବରିଷ୍ଟ ସଦସ୍ୟ ବିରେନ୍ଦ୍ର ପଧାନ ଓ ସୁବର୍ଣ୍ଣପୁର ଜିଲ୍ଲା କୁଲୁତା ସମାଜର ସମ୍ପାଦକ ଖେତ୍ରବାସୀ ପଧାନ ଭୂୟସୀ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

sixteen − 6 =