ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ଆସନ୍ତା ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ୨୦୨୩ ଆସନ୍ତା ଏପ୍ରିଲ ମାସ ୨ ତାରିଖ ଦିନ ପୂର୍ବାହ୍ନ ସାଢେ ୯ଟାରେ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହେବ ବୋଲି ପାଠାଗାର ତରଫରୁ ସୂଚନା ଦିଆଯାଇଛି । ପ୍ରତିଯୋଗୀମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି । ଗ୍ରୁପ ‘ଏ’ରେ ନର୍ସରୀରୁ ୟୁକେଜି, ଗ୍ରୁପ ‘ବି’ରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ, ଗ୍ରୁପ ‘ସି’ରେ ଚତୁର୍ଥରୁ ସପ୍ତମ ଶ୍ରେଣୀ ଓ ଗ୍ରୁପ ‘ଡି’ରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇ ପାରିବେ । ଏଥିପାଇଁ ଆସନ୍ତା ୨୫ ତାରିଖରୁ ଆଦର୍ଶ ପାଠାଗାର ଠାରେ ସବିଶେଷ ସୂଚନା ସଂଧ୍ୟା ୭.୩୦ରୁ ୮.୩୦ ଓ ରବିବାର ଦିନ ପୂର୍ବାହ୍ନ ସାଢେ ୧୦ରୁ ୧୨ଟା ମଧ୍ୟରେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ସହ ଯୋଗାଯୋଗ କରାଯିବା ପାଇଁ କୁହାଯାଇଛି । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ଏପ୍ରିଲ ୧୪ ତାରିଖ ବିଷୁବ ମିଳନ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

17 + nine =