csstore

ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ପଶ୍ଚିମ ଓଡ଼ିଶାର ପ୍ରଯୋଜକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘର କାର୍ଯ୍ୟକାରୀ ସଭାପତି ଶରତ ମହାକୁର, ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ କଳାକାର ମୁରଲୀ ପତି, କେଦାର ଥନାପତି, କପିଳେଶ୍ୱର ଖମାରୀ, ମାଧବ ବାରିକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଭେଟରେନ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଓଡ଼ିଶା ପ୍ରଯୋଜକ ସଂଘ ପକ୍ଷରୁ ଲଗାଯାଇଥିବା ୨ ବର୍ଷର ବାସନ୍ଦକୁ ପ୍ରତିବାଦ କରିବା ସହ ତାଙ୍‌ଙ୍କ ଉପରେ ଲଗାଯାଇଥିବା ବାସନ୍ଦ ନିଷ୍ପତ୍ତିକୁ ଶୀଘ୍ର ହଟାଇବା ପାଇଁ ପ୍ରତିବାଦ ସଭାରେ ଦାବୀ କରାଯାଇଥିଲା । ନହେଲେ ପଶ୍ଚିମ ଓଡ଼ିଶାର କଳାକାରମାନେ ଏହାର ଦୃଢ ଜବାବ ଦେବେ ବୋଲି ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘ ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ ସଭାରେ କୁହାଯାଇଛି ।

jayashree
Leave A Reply

Your email address will not be published.