om academy

ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

jsm

ବୌଦ୍ଧ, (ମମତା ମହାକୁର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ଗତକାଲି କଂଗ୍ରେସ ପକ୍ଷରୁ ସମସ୍ତ ୦୯ ଗୋଟି ଜୋନରୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଖବର ମିଳିଛି । ଜୋନ ନମ୍ବର ୦୧ ପାଇଁ କୁମଦିନି ମିର୍ଧା, ଜୋନ ୦୨ ପାଇଁ କଳାକାନ୍ତି ଦଲବେହେରା ଜୋନ ୩ ପାଇଁ କର୍ମୁ ସାଗର, ଜୋନ ୪ ପାଇଁ ରଘୁନାଥ ପଲିଆ, ଜୋନ ୫ ପାଇଁ ରାଶେଶ୍ୱରୀ ତାଣ୍ଡିଆ, ଜୋନ ୬ ପାଇଁ ସଂଧ୍ୟାରଣୀ ସିଂହ, ଜୋନ ୭ ପାଇଁ ରହିତାସ୍ବ ବେହେରା, ଜୋନ ୮ ପାଇଁ ପ୍ରଭାତୀ ବେହେରା ଏବଂ ଜୋନ ୯ ପାଇଁ ରାଜେନ୍ଦ୍ର ଦୀପ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଜିଲ୍ଲା କଂଗ୍ରେସ ସଭାପତି ନବକୁମାର ମିଶ୍ର, ବରିଷ୍ଠ କଂଗ୍ରେସ ନେତା ସୁଧୀର କର୍ଣ୍ଣଙ୍କ ସମେତ କଂଗ୍ରେସର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.