om academy

ସରପଞ୍ଚ ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲେ ସୁଜାତା ସିଂ ଭୋଇ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଂଚାୟତର ସାମ୍ପ୍ରତିକ ସ୍ଥିତିରେ ଅବନତି ଏବଂ ସମସ୍ତ ଯୋଜନା ସତ୍ୱେ ଅନ୍ୟୁନ୍ନତ ଅବସ୍ଥାର ପ୍ରତିଛବିକୁ ହୃଦୟଙ୍ଗମ କରି ଆଗାମୀ ଦିନରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଶୃତି ବଦ୍ଧ ପୂର୍ବକ ମୁଁ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଶ୍ରୀମତୀ ସୁଜାତା ସିଂ ଭୋଇ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମନହିରା ଗ୍ରାମ ପଂଚାୟତରେ ଆଜି ଶ୍ରୀମତୀ ଭୋଇ କୋଭିଡ କଟକଣାରେ ସରପଞ୍ଚ ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ପୂର୍ବତନ ଲାଇକେରା ବିଧାୟକ ବିନୋଦ ବିହାରୀ ସିଂ ବରିହାଙ୍କ ସୁପୁତ୍ରୀ ହୋଇଥିବା ବେଳେ ତାଙ୍କ ଶଶୁର ସ୍ୱର୍ଗତ କଳିଙ୍ଗ ନାରାୟଣ ଭୋଇ ଅଂଚଳର ଜଣେ ପରୋପକାରୀ ବିଶିଷ୍ଟ ବ୍ୟକ୍ତି ତଥା ସମାଜ ସଂସ୍କାରକ ଥିଲେ ।

Leave A Reply

Your email address will not be published.