om academy

ସିରିଜିନା, ସମ୍ବଲପୁରୀ ଦିନ ଓ ନାଟ୍ୟ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କଚେରୀ ପ୍ରାଙ୍ଗଣରେ ସଭାପତି ରାଜୁ ଘିବେଲାଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସମ୍ପଦନାରେ ସିରଜିନା ମହୋତ୍ସବ, ସମ୍ବଲପୁରୀ ଦିନ, ବନ ମହୋତ୍ସବ ଓ ନାଟ୍ୟ ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି । ଆସନ୍ତା ଜୁଲାଇ ମାସର ପ୍ରଥମ ସପ୍ତାହରେ ବନମୋହତ୍ସବ ପାଳନ କରାଯିବ । ଅଗଷ୍ଟ ଏକ ତାରିଖ ଦିନ ସମଲପୁରୀ ଦିନକୁ ମହାଆଡ଼ମ୍ବରେ ପାଳନ କରିବା ସହିତ ବିଧାୟିକା ଶ୍ରୀମତୀ ବର୍ଷା ରାଣୀ ସିଂହ ବରିହା ଓ ସଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଦିନ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ସମ୍ୱଲପୁରୀ ନାଟକ କଂସ ଦରବାର ଓ ନୃତ୍ୟ ପ୍ରତିଯୋଗିତା କରାଯିବ ବୋଲି ସଭାପତି ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁଖ୍ୟ ଅତିଥି ରୂପେ ଯୋଗଦେବାକୁ ସ୍ଥିର କରାଯାଇଛି । ଏ ବର୍ଷ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ହାଇସ୍କୁଲ ସ୍ତରୀୟ ନାଟ ପ୍ରତିଯୋଗିତା ସହ ବିଭିନ୍ନ ନାଟକ କରାଯିବାକୁ ସୂଚନା ଦେଇଛନ୍ତି ସମ୍ପାଦକ । ଏହି ବୈଠକରେ ବିଦେଶୀ ସାହୁ, ପ୍ରମୋଦ ନାଥ, ଅବନୀକାନ୍ତ ସାହୁ, ରମଣୀ ରଞ୍ଜନ ବିଶ୍ୱାଳ, ସୁଶାନ୍ତ ମହାପତ୍ର, ଆଦିତ୍ୟ ରଥ, ରମେଶ ଗୁର୍ଲା, ଅରବିନ୍ଦ ପଟ୍ଟନାୟକ, କିଶୋର ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଡ. ଅବନୀ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.