ବିଦ୍ୟୁତ ସଜାଡୁଥିବା ବେଳେ ଯୁବକର ପ୍ରାଣ ଗଲା

ନୀଳଗିରି : ନୀଳଗିରି ଥାନା ଅର୍ନ୍ତଗତ ଜଡିଦା ଗ୍ରାମରେ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ସହିତ ବିଦ୍ୟୁତ ସଜାଡୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ପ୍ରାଣହାନୀ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ ୩ ଜଣ ଯୁବକ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସହିତ ବିଦ୍ୟୁତ କାମ କରୁଥିବା ବେଳେ ହିମାଂଶୁ ବାଗ ନାମକ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ପରେ ଦମକଳ ବାହୀନୀ ପହଚିଂ ଗ୍ରାମବାସୀଙ୍କ ସହଯୋଗରେ ନୀଳଗିରି ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିଛି ସମୟ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ମିଳିବା ପରେ ପରିବାରବର୍ଗ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ।

Leave A Reply

Your email address will not be published.