ପ୍ରମେୟ କେବିକେ ସଂସ୍କରଣ ପକ୍ଷରୁ ନୂତନ ସାହିତ୍ୟ ପୃଷ୍ଠା ସୃଜନର ଲୋକାର୍ପଣ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୈନିକ ଖବରକାଗଜ ପ୍ରମେୟ କେବିକେ ସଂସ୍କରଣ ପକ୍ଷରୁ ଏକ ନୂତନ ସାହିତ୍ୟ ପୃଷ୍ଠା ସୃଜନ ଆରମ୍ଭ କରାଯାଇଛି । ଏହାର ଲୋକାର୍ପଣ ଉତ୍ସବ ଆଜି ଆୟୋଜିତ ହୋଇଥିଲା ସ୍ଥାନୀୟ ସାମ୍ବାଦିକ ଭବନ ଠାରେ । କେବିକେ ସଂସ୍କରଣର ମୁଖ୍ୟ ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଫେସର ମଧୁସୂଦନ ପତି ମୁଖ୍ୟ ଅତିଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୃଜନ ପୃଷ୍ଠାକୁ ଉନ୍ମୋଚନ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର କାର୍ଯ୍ୟକୁକ୍ରମ ପରିଚାଳନା କରିଥିବା ବେଳେ ସହର ପ୍ରତିନିଧି ଶ୍ରୀବାସ ନାୟକ ସୃଜନ ପୃଷ୍ଠା ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବଲାଙ୍ଗିରର ବହୁ ସାହିତ୍ୟିକ, ସୃଜନଶିଳ୍ପୀ, ସଂଗଠକ ଯୋଗ ଦେବା ସହ ସୃଜନ ପୃଷ୍ଠାର ପରିଚାଳନା ସଂପର୍କୀୟ ମତାମତ ଦେଇଥିଲେ ।

Leave A Reply

Your email address will not be published.

eighteen − 3 =