ସୋଲାର ପ୍ୟାନେଲ ଜଳଯୋଗାଣ ପ୍ରକଳ୍ପ ହେଲା ଲୋକାର୍ପିତ

ଲୋଇସିଂହା,(ଶ୍ୟାମସୁନ୍ଦର ମେହେର) : ଗ୍ରାମାଂଚଳରେ ବିଦ୍ୟୁତ ବିଭ୍ରାଟ ଯେ।।ଗୁଁ ଅନେକ ସମୟରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ ସୋଲାର ପ୍ୟାନେଲ ବ୍ୟବସ୍ଥା ସୁବିିଧା ଦେଇଥାଏ । ଏହି କ୍ରମରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ୱାଲ୍ଡ ଭିଜନ ଇଣ୍ଡଆ ସହାୟତାରେ ଅବସ୍ଥାପିତ ସୋଲାର ପ୍ୟାନେଲ ଜଳଯୋଗାଣ ପ୍ରକଳ୍ପକୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଲୋକାର୍ପଣ କରିଛନ୍ତି । ଲୋଇସିଂହା ବ୍ଲକ ଅଧୀନସ୍ଥ ପ୍ରାୟ ୧୬ଟି ପ୍ରକଳ୍ପ ବିଭିନ୍ନ ଗ୍ରାମରେ ନିର୍ମାଣ ହୋଇଥିବା ବେଳେ ଝାରମୁଣ୍ଡା ଖେଳପଡିଆ ନିକଟସ୍ଥ ପ୍ରକଳ୍ପକୁ ବିଧାୟକ ଡ. ମହାଲିଙ୍ଗ ମୂଖ୍ୟଅତିଥି ଭାବେ ଯୋଗଦେଇ ନଡିଆ ଭାଙ୍ଗି ଫିତା କାଟି ପାନୀୟ ଜଳର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଝାରମୁଣ୍ଡା ଏଥେଲେଟିକ ଏସୋସିଏସନ ସଭାପତି ଶ୍ୟାମସୁନ୍ଦର ମେହେର ସଭାପତିତ୍ୱ କରିଥିଲେ । ଏଥିରେ ବିଧାୟକ ଡ. ମିକେଶ ମହାଲିଙ୍ଗ ମୁଖ୍ୟଅତିଥି, ୱାଲ୍ଡ ଭିଜନ ଇଣ୍ଡିଆ ଏଡିପି ଲୋଇସିଂହା ମ୍ୟାନେଜର ଅମୀନ ପାଣିଗ୍ରାହୀ, ଝାରମୁଣ୍ଡା ସରପଂଚ ସୁନୀଲ ଅଗ୍ରୱାଳ ସମ୍ମାନିତ ଅତିଥି ବାବେ ଯୋଗଦେଇଥିଲେ । କୋବିଦ-୧୯ କଟକଣା ନିୟମାନୁସାରେ ଆୟୋଜିତ ସଭାରେ ମୂଖ୍ୟଅତିଥି ଡ. ମହାଲିଙ୍ଗ କେନ୍ଦ୍ରସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କହିବା ସହିତ କରୋନା ସଂକ୍ରମଣରୁ ବଂଚିବା ପାଇଁ ମାକ୍ସର ବ୍ୟବହାର, ହାତଧୁଆର ଅଭ୍ୟାସ ସହ ପାନୀୟ ଜଳର ସୁଦୁପେଯାଗ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ୱାଲ୍ଡ ଭିଜନ ଇଣ୍ଡିଆର ସୁଧୀର ସ୍ୱାଇଁ, ବିରଂଜନ ବାଗ, ଆଲୋକ ସାମନ୍ତରାୟ, ଧୃବଚରଣ ବିଶ୍ୱାଲ ସମେତ ଏସୋସିଏସନ ସଂପାଦକ ସଚିଦାନନ୍ଦ ସାହୁ, ସୁଧାଂଶୁ ମାହାକୁର, ମନୋଜ ଧରୁଆ ପ୍ରମୁଖ ଯୋଗ କରିଥିଲେ । ଶେଷରେ ଇସମାଏଲ ହନୁମାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.