ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା : ଆଜି ବିହାର ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟ୍‌ନା : ସରକାର ଗଠନ ପାଇଁ ଆଜି ବିହାରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର ବୋଲି ସୂଚନାରେ କୁହାଯାଇଛି । ମିଳିଥିବା ଖବର ଅନୁସାରେ ଆଜି ଦିନ ୧୨ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ବସିବ, ଯେଉଁଥିରେ ପାଟନାରେ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ତେବେ ରାଜନାଥଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ବାଜିବ ବୋଲି କୁହାଯାଇଛି ।
ବିଜେପି ଏହା ସ୍ପଷ୍ଟ କରି ସାରିଛି ଯେ, ଏଥର ନିର୍ବାଚନରେ ଜେଡିୟୁ ଠାରୁ ଅଧିକ ୩୧ଟି ଆସନରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ନିର୍ବାଚନ ପୂର୍ବରୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା ଏନଡିଏ ।

Leave A Reply

Your email address will not be published.