pakka

ଓଡ଼ିଆ ଭାଷା, କଳା, ସାହିତ୍ୟ ସଂସ୍କୃତି ନ ବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ : ରଞ୍ଜନ ଦାଶ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆଇଡ଼ିଏଲ୍‌ ଅତିଥି ଭବନ ପରିସରରେ ଓଡ଼ିଆ ଭାଷା କଳା ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ଏକ କର୍ମଶାଳା ଟ୍ରଷ୍ଟର ଉପସଭାପତି ମିନତୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଓଡ଼ିଆ ଭାଷା କଳା ସାହିତ୍ୟ ସଂସ୍କୃତି ନ ବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ । ଏଣୁ ଆମେ ମାନେ ପ୍ରାଚୀନ କଳା ସଂସ୍କୃତି ପ୍ରତି ଯତ୍ନମାନ ହେବା ଉଚିତ । ରାଉରକେଲା ହେଉଛି କଳା ସଂସ୍କୃତି ସମ୍ପର୍ଣ୍ଣ ନଗରୀ । ଏହାର ସୌନ୍ଦର୍ଯ୍ୟିକରଣ ଓ ବିକାଶ କ୍ଷେତ୍ରରେ କଳାକାର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ରାଜୀବ ପାଣି ଡକ୍ଟର ବିଷ୍ଣୁପ୍ରିୟା ସାହୁ ରାଉରକେଲା ସହରକୁ ସାହିତ୍ୟ କଳା ସଂସ୍କୃତି ନୃତ୍ୟ ସଂଗୀତ ସର୍ବୋପରି ପ୍ରାଚୀନ କଳା ସଂସ୍କୃତିର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡା ଦକ୍ଷିଣ ରାଉରକେଲାରେ ଏକ ମଧୁସୂଦନ ଦାସଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଅଡିସନରେ ଚୟନ କରାଯାଇଥିବା କଳାକାରମାନଙ୍କୁ ଶୀଘ୍ର ମୁଖ୍ୟମନ୍ତ୍ରୀ କଳାକାର କଲ୍ୟାଣ ଭତ୍ତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ପକ୍ଷରୁ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦାଶଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ସହ ନାଗରିକ ସମ୍ବର୍ଦ୍ଧନା ଦିଆଯାଥିଲା । ଏହି ଅବସରରେ କଳିକା ଅନୁଷ୍ଠାନ, ଗୁରୁ ଗୋମେକ ସାନ୍ତାଳୀ ସାଂସ୍କୃତିକ ସଂଘ, ରାଉରକେଲା ପୂଜ୍ୟପୂଜା ପରିସର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦିକା ସଚଲା ପଣ୍ଡା, ରଞ୍ଜନ ମହାନ୍ତି, ଭ୍ରମରବର ମହାକୁଡ଼, ଅନୁଆରୀ ବେଗମ, ମୁରଲୀଧର ଦାସ, ଭଗବାନ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ସନାତନ ସାହୁ, ଅଲେଖ ସାହାଣୀ, ଲକ୍ଷ୍ମୀ ହାଁସଦା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି ଆର୍ତ୍ତବନ୍ଧୁ ଦାସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

nineteen − 18 =