pakka

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ ପାଟଣାଗଡ଼ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

bbehera

ପାଟଣାଗଡ଼, (ସଦାଶିବ ସରାପ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ସଦ୍ୟ ପ୍ରକାଶିତ ତାଲିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦେଇ ଦଳୀୟ କର୍ମୀଙ୍କୁ ଦେଉଥିବାରୁ ତାର ପ୍ରତିବାଦରେ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ବିରୁଦ୍ଧରେ ସ୍ଥାନୀୟ ରାଜଖମରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ସ୍ଲୋଗାନ ଦେଇ ପାଟଣାଗଡ଼ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀମାନେ ଏକ ରାଲିରେ ଯାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୁଦ୍ଧରେ ବର୍ଷି ଥିଲେ । ପାଟଣାଗଡ଼ ବ୍ଲକରେ ଥିବା ୩୦ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକରେ ୩୦ଟି ଯାକ ପଞ୍ଚାୟତରେ ଏଥିପାଇଁ ଅସନ୍ତୋଷ ଦେଖାଦେଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ପାଟଣାଗଡ଼ ବ୍ଲକର ୩ଟି ମଣ୍ଡଳ ସଭାପତି ବଲ୍ଲଭ ଧରୁଆ, ସ୍ୱରୂପା ପରୁଆ, ପଙ୍କଜ ଭୋଇ ଓ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି, କରମ ସିଂ ସରାଫ, ମାଧବ ସାଏ, ମୁନା ଦରୁଆନ, ସୁରୁସିଂ ନିନାଙ୍କ ସମେତ ହଜାର ହଜାର ବିଜେପି କର୍ମୀମାନେ ଯୋଗ ଦେଇଥିଲେ । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ରଟି ପଠାଇବା ସହ ଆସନ୍ତା ୯ ଦିନ ମଧ୍ୟରେ ଦାବୀପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ବିଡ଼ିଓ । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ତହସିଲଦାର ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

4 × 3 =