pakka

କବିତା : ବଜେଟ

bbehera
  • ଜ୍ୟୋତିର୍ମୟ

ବଜେଟରେ କ’ଣ ଶସ୍ତା ହେଲା
ହେଲା କ’ଣ ମହଙ୍ଗା
କିଛି ଫରକ୍‌ ପଡେନି ମାଗି ବେହେରାକୁ ।

ସରକାର କହିଲେ ସେ ଚିହ୍ନିଛି
ଗାଁ ମହାଜନକୁ
ଯାହାଠୁ ସେ
ବିହନ, ସାର,
ଲଟା ଓ ପୋକ ମରା ଔଷଧ ନିଏ
ବାକିରେ, ସୁଧରେ…..

ବର୍ଷ ଶେଷରେ ହିସାବ ବରାବର
ଯଦିଓ ବି ସବସିଡି, ଋଣଛାଡରେ
ତାର ନାଁ ଥାଏ
ନାମମାତ୍ର ଚାଷୀର ଦାୟରେ ।

jay balangir
Leave A Reply

Your email address will not be published.

3 × four =