pakka

ବୋଡେନ ପୋଲିସକୁ ମିଳିଲା ବଡ ସଫଳତା

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ପୋଲିସକୁ ମିଳିଲା ବଡ ସଫଳତା । ଗତ ରବିବାର ବୋଡେନ ଥାନା ଅନ୍ତର୍ଗତ ଫରସରା ଗ୍ରାମ ପଂଚାୟତର କନକପୁର ଗ୍ରାମର ମହାବନ୍ଧ ରାସ୍ତା କଡରେ ହୋଇଥିଲା ବିଭତ୍ସ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡକୁ କେନ୍ଦ୍ର କରି ବୋଡେନ ପୋଲିସର ଅକ୍ଲାନ୍ତ ପରିଶ୍ରମରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ବିଗତ ରବିବାର ଦିନ ସନ୍ଧ୍ୟା ୫ଟା ସମୟରେ ମୃତକ ଲୋକନାଥ ପାଣ୍ଡେଙ୍କୁ ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ କୃପାସିନ୍ଧୁ ପାଣ୍ଡେ ଓ ଟଙ୍କଧର ପାଣ୍ଡେ ଦୁଇ ଜଣ ମିଶି କନକପୁର ଗ୍ରାମର ମହାବନ୍ଧ ରାସ୍ତା କଡ଼ର ମହୁଲଗଛ ପାଖକୁ ଡାକି ନେଇଥିଲେ । ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୁଇ ଅଭିଯୁକ୍ତ ଦୁଇଟି ଧାରୁଆ ଅସ୍ତ୍ରରେ ଅତର୍କିତ ହୋଇ ତଣ୍ଟି କାଟି ହତ୍ୟା କରିଥିଲେ । ଯାହା କି ଏହି ହତ୍ୟାକାଣ୍ଡ ବୋଡେନ ଅଞ୍ଚଳକୁ ସ୍ତବ୍ଧ କରିଥିଲା । ଏହି ଘଟଣା ମୃତକଙ୍କ ପିତା ଜାଣିବା ପରେ ବୋଡେନ ଥାନାକୁ ଯାଇ ଆଇଆଇସି ସୁଦର୍ଶନ ନାୟକଙ୍କ ନିକଟରେ ଏକ ହତ୍ୟା ମାମଲା ଲିଖିତ ଭାବରେ ଦେଇଥିଲେ । ଏହି ହତ୍ୟା ଘଟଣାକୁ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତତ୍ୱାବଧନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଖଡ଼ିଆଳ ଉପଖଣ୍ଡସ୍ତରୀୟ ଅଧିକାରୀ, ବୋଡେନ ପୋଲିସ ଟିମ୍‌ ସମେତ ଡଗ୍‌ ସ୍କ୍ୱାଡ଼ ଓ ସାଇଣ୍ଟିଫିକ ଟିମ୍‌ ମାଧ୍ୟମରେ ଅନୁସନ୍ଧାନ କରିଥିଲେ ଏବଂ ସମସ୍ତଙ୍କ ସହଯୋଗରେ ଦୁଇ ଅଭିଯୁକ୍ତ କୃପାସିନ୍ଧୁ ଓ ଟଙ୍କଧର ପାଣ୍ଡେଙ୍କୁ ଗିରଫ କରି କେସ୍‌ ନଂ ୩୩ ଓ ୩୦୨ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

jay balangir
Leave A Reply

Your email address will not be published.

nine + 2 =