pakka

ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ ଅନ୍ୱେଶ କାଲିଆ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆୟୁଷ୍ମାନ ଅନ୍ୱେଶ କାଲିଆ ତୃତୀୟ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଡ. କୃପାସିନ୍ଧୁ ଭୋଇ ଭେଷଜ ଅନୁଷ୍ଠାନ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ କାର୍ଯ୍ୟରତ ଡାକ୍ତର ଅନୁପମ କାଲିଆଙ୍କ ପୁତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୀଲ କାଲିଆଙ୍କ ନାତି ଅଟନ୍ତି । ପରିବାର ତରଫରୁ ବିଦ୍ୟାଳୟର ସମସ୍ତ ଗୁରୁମା’ ଗୁରୁଜୀମାନଙ୍କୁ ଅଶେଷ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୱେଶଙ୍କ କୃତ୍ତି କାର୍ଯ୍ୟ ପାଇଁ ପାଇକମାଲ ବ୍ଲକ ସମେତ ଅଞ୍ଚଳରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ଛୁଅ ଛୁଟିଛି ।

jay balangir
Leave A Reply

Your email address will not be published.

twenty − ten =