jsm

ସଦେଇପାଲି ଗ୍ରାମ ନିକଟରେ ବିଭିନ୍ନ ପ୍ରଜାତିର ସାଇଜ କାଠ ଜବତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର ବିଭାଗର ସଦେଇପାଲି ଗ୍ରାମ ନିକଟରେ ଗତକାଲି ଅପରାହ୍‌ହ୍ଣ ପ୍ରାୟ ୫ଟା ସମୟରେ ବିଭିନ୍ନ ପ୍ରଜାତିର ସାଇଜ କାଠ ଜବତ କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସଫଳ ହୋଇଥିବା ବେଳେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଏନେଇ ଅଧିକ ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି । ଏହି ଚଢ଼ାଉରେ କେଶବ କିଶୋରେ ନାୟକ, ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶରେ ବ୍ୟାସଦେବ ସାହୁ, ଫରେଷ୍ଟର, ହରିବଂଶ ପଧାନ, ଫରେଷ୍ଟର ରଞ୍ଜିତ କୁମ୍ଭାର, ଫରେଷ୍ଟଗାର୍ଡ ଅଶୋକ ସେଠ, ଫୋରେଷ୍ଟ ଗାର୍ଡ ମିସ୍ ଭାରତୀ ଜାନି, ଫୋରେଷ୍ଟ ଗାର୍ଡ ଶ୍ରୀମତୀ ସୁନୀତା ମୁଣ୍ଡା, ଫୋରେଷ୍ଟ ଗାର୍ଡଙ୍କ ସହିତ ବଲାଙ୍ଗିର ରେଞ୍ଜର ପାରା ଷ୍ଟାଫ୍ ମାନେ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.