ଛତ୍ରପୁର ଆସନ ଦଖଲ ପାଇଁ ବିଜେପିର ପ୍ରଚାର ଜୋର୍‌ଦାର : ବିଶିଷ୍ଟ ସିନେ ତାରକା ଅରିନ୍ଦମ୍, ଡ଼. ପ୍ରଦୀପ ପାଣିଗ୍ରାହୀଙ୍କ ମିଳିତ ପ୍ରଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାନସଭା ଆସନ ଦଖଲ କରିବା ନିମନ୍ତେ ବିଜେପିର ପ୍ରଚାର ଜୋର୍‌ଦାର ହୋଇଛି । ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ଦଳୀୟ ସଂଗଠନକୁ ମଜବୁତ୍ କରିବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଭାରତୀୟ ଜନତାପାର୍ଟିର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ବାଇକ୍ ରାଲି ଛତ୍ରପୁର ସହର ପରିକ୍ରମା କରିଥିଲା । ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ ପରିସରରେ ଜିଲ୍ଲା ସଭାପତି ଡ଼ା. ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ନେତା ଓ କର୍ମୀ ସମାବେଶରେ ବିଶିଷ୍ଟ ସିନେ ତାରକା ଅରିନ୍ଦମ୍ ରାଉତରାୟ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପ୍ରଭାରୀ ପ୍ରବୀର କୁମାର ପାତ୍ର, ପୂର୍ବତନ ଗଞ୍ଜାମ ବ୍ଳକ୍‌ ଅଧ୍ୟକ୍ଷ ତଥା ଜିଲ୍ଲା ସଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, ଜିଲ୍ଲା ଉପସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମୀରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ରାଜ୍ୟ ଆଇନ୍ ସେଲ୍ ସହକାରୀ ଆବାହକ ଆଡ୍‌ଭୋକେଟ୍ ପ୍ରଦୀପ ପାଢୀ, ଜିଲ୍ଲା ଯୁବ-ମୋର୍ଚ୍ଚା ଉପସଭାପ ଡି. ସୁରେଶ ରେଡ୍ଡୀ, ପଦ୍ମ ଚରଣ ସାହୁ, ଜିଲ୍ଲା ଏସ୍‌.ସି. ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁର ଓ ଆସ୍କା ଏମ୍.ପି. ଆସନ ସହ ଗଞ୍ଜାମ ଜିଲ୍ଲାର ୧୦ଟି ବିଧାନସଭା ଆସନ ଆମେ ଅଧିକାର କରିବୁ ଏବଂ ବିଜେପି ବିଜେଡ଼ି ସହ ଦମଦାର ଲଢେଇ କରିବ, ବିଜୟ ସୁନିଶ୍ଚିତ କରିବା ପାଇଁ ଆମ୍ଭେ ଉଦ୍ୟମ ଜାରି ରଖିବୁ ବୋଲି ଗଣ ମାଧ୍ୟମ ଆଗରେ ଡ଼. ପ୍ରଦୀପ ପାଣିଗ୍ରାହୀ ଦୃଢ଼ତାର ସହ ମତପ୍ରକାଶ କରିଛନ୍ତି । ଶନିବାର ଅନୁଷ୍ଠିତ ଏହି ବିଶାଳ କର୍ମୀ ସାମାବେଶ ଓ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବର୍ଣ୍ଣାଢ଼୍ୟ ସଭାରେ ନେତାମାନଙ୍କ ଅଭିଭାଷଣ ସାଂଗକୁ ଜୟ ଶ୍ରୀ ରାମ ଧ୍ୱନିରେ ମହଲଟିରେ ପ୍ରକମ୍ପିତ ହୋଇଉଠୁଥିଲା । କିନ୍ତୁ କୃଷ୍ଣ ନାୟକଙ୍କ କେତେଜଣ ଗୋଟି ଗଣତିର ଅସନ୍ତୁଷ୍ଟ ଲୋକ ଅନୁପସ୍ଥିତ ଥିବାର ଦେଖାଦେଇଛି । ଯାହାକି ଆଗାମୀ ନିର୍ବାଚନ ନିମନ୍ତେ ଏସବୁ ସମସ୍ୟା ଓ ବିଜେପି ଦଳର ଗୋଷ୍ଠୀ କନ୍ଦଳ ଆଉ ଅଳ୍ପ ଦିନଭିତରେ ସମାଧାନ ହୋଇ ଏକତାବଦ୍ଧ ଜାଗରଣ ହୋଇ ଉଠିବ ବୋଲି ବିଜେପି ବିଧାନସଭା ବିସ୍ତାରକ ଆଲୋକ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.

five × one =

error: Content is protected !!