pakka

୫ନଂ. ଜୋନ୍‌ରେ ପ୍ରଚାର କଲେ ମନ୍ତ୍ରୀ ଟୁକୁନୀ ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ

bbehera

ତୁଷୁରା : ଗୁଡ଼ଭେଲା ବ୍ଲକର ୫ନଂ. ଜୋନ୍‌ର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ ପଣ୍ଡାଙ୍କୁ ବିଜୟୀ କରିବାକୁ ଜୋର୍‌ଦାର ଭୋଟ ପ୍ରଚାର କରିଛନ୍ତି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲି ମନ୍ତ୍ରୀ ଶ୍ରୀମତୀ ସାହୁ ଓ ପୂର୍ବତନ ସାଂସଦ ଶ୍ରୀ ସିଂହଦେଓ ୨ଟି ପଞ୍ଚାୟତକୁ ପ୍ରଚାରରେ ଯାଇଥିବା ସୂଚନା ମିଳିଛି । ରୁଷୁଡ଼ା ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପଦର, ସ୍କୁଲପଡ଼ା, ଶାସନପାଲି, କନ୍ଧେନପାଲି, ଦଶେଇମୁଣ୍ଡା, କନେକପଦର, ବଲାର୍‌, ଲିଖିରିଆ, ରୁଷୁଡ଼ା ବସ୍ତି ଓ ଚିଂଚେଡ଼ ଗ୍ରାମରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିବା ବେଳେ ଦୁଇ ଦୁଇ ଜଣ ହେଭିୱେଟ୍‌ ନେତାଙ୍କ ପ୍ରଚାରକୁ ନେଇ ବିରୋଧୀ ମହଲରେ ଭୟ ପଶିଥିବା ବେଳେ ବିଜେଡ଼ି ଗଡ଼ରେ ବିଜେଡ଼ି ଧସେଇ ପଶିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.

2 + six =