pakka

ମୁସ୍‌ଲିମ୍‌ ଗୁଣ୍ଡାମାନେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରିଛନ୍ତି : ଇଶ୍ୱରପ୍ପା

bbehera

ବାଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ପୁଣିଥରେ ବିବାଦୀୟ ବୟାନ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଇଶ୍ୱରପ୍ପା କହିଛନ୍ତି ଯେ, ଶିବମୋଗାରେ ବଜରଙ୍ଗ ଦଳର କର୍ମୀଙ୍କ ହତ୍ୟାକାଣ୍ଡରେ ମୁସଲିମ୍‌ ଗୁଣ୍ଡାମାନେ ସାମିଲ ଅଛନ୍ତି । ସେ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ମୁସଲିମ୍‌ ଗୁଣ୍ଡାମାନଙ୍କୁ ଶିବକୁମାର ହିଂସାକାଣ୍ଡ ଭିଆଁଇବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଜବରଦସ୍ତ ହଙ୍ଗାମା ଚାଲି ଆସୁଛି । ଏତିକି ବେଳେ ଇଶ୍ୱରପ୍ପାଙ୍କ ବୟାନ୍‌ ଜଳୁଥିବା ନିଆଁରେ ଘିଅ ସଦୃଶ ବୋଲି ରାଜନୀତିକ ବ୍ୟକ୍ତିବିଶେଷ ମତ ଦେଇଛନ୍ତି ।

jay balangir
Leave A Reply

Your email address will not be published.

eighteen − 1 =