ସାମାନ୍ୟ କଥାରେ ତିନି ଭାଇଙ୍କ ଆକ୍ରମଣ : ଜଣେ ମୃତ, ୩ ଅଭିଯୁକ୍ତ ଗିରଫ

ବଡ଼ବିଲ : ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ମଦ ନିଶାରୁ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ବଡ଼ବିଲର ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ରହୁଥିବା ତିନି ଭାଇ ଚନ୍ଦ୍ର ଗୋପ, ଆକାଶ ଗୋପ ଓ ଇନ୍ଦ୍ର ଗୋପଙ୍କ ସହ ପଡ଼ୋଶୀ ଚଲା ପୂର୍ତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିବା ବେଳେ ଚନ୍ଦ୍ର ଗୋପ ଚଲା ପୂର୍ତ୍ତିଙ୍କ ଘରକୁ ଯାଇ ଚଲା ଓ ତାଙ୍କ ପରିବାର ଲୋକଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଯୋଗୁଁ ଶ୍ରୀ ପୂର୍ତ୍ତି ରାଗିଯାଇ ଚନ୍ଦ୍ର ଗୋପଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି । ଏନେଇ ଚନ୍ଦ୍ର ଗୋପ ଅନ୍ୟ ଦୁଇ ଭାଇଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ୩ ଭାଇ ସାଙ୍ଗ ହୋଇ ଚଲା ଘରକୁ ଯାଇ ଟାଙ୍ଗିଆ ଓ ଛୁରି ଭଳି ମାରଣାସ୍ତ୍ର ନେଇ ଶ୍ରୀ ପୂର୍ତ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବାରୁ ଘଟଣାସ୍ଥଳରେ ଶ୍ରୀ ପୂର୍ତ୍ତିଙ୍କ ମତ୍ୟୁ ଘଟିଥିବା ଜଣାପଡ଼ିଛି । ଏନେଇ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ୩ ହତ୍ୟାକାରୀ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

8 + 14 =